ସନ୍ତିଆ Santiā
- ଦେ. ବିଣ — (ସଂ. ସିକ୍ତ) ସନ୍ତସନ୍ତିଆ; ଓଦା; ଆର୍ଦ୍ର — Wet; damp
- ଦେ. ବିଣ — (ସଂ. ସନ୍ତି=ଅବସାନ) ଅପରିଷ୍କୃତ ଶରୀର ଯୁକ୍ତ — Having unclean body
- ଦେ. ବିଣ — ରୋଗ ଯୋଗୁଁ ଶୀର୍ଣ୍ଣକାୟ — Emaciated through disease
- ଦେ. ବିଣ — ନିର୍ବଳ ଓ ଅକର୍ମଣ୍ୟ — Weak and worthless; impotent; unable to work
- ଦେ. ବିଣ — [ଉ—ଘଇତା ପଛକେ ସନ୍ତିଆ ହଉ, ଲୁଗା ହବ ତଉଁରିଆ।—ଢଗ]
- ଦେ. ବି — ଦୁର୍ବଳ ଓ ଅକ୍ଷମ ବ୍ଯକ୍ତି — A weak and worthless person
- ଦେ. ବି — [ଉ—ଚଦଇ ସନ୍ତିଆ, ମାରଇ ନାହିଁ; ରାଗେ ହେଉଥାଏ କଇଁ କଇଁ।—ଢଗ]