ଶୁଣ୍ଡା Ṡuṇḍā
- ସଂ. ବି. ସ୍ତ୍ରୀ—(ଶୁଣ୍ ଧାତୁ+କର୍ତ୍ତୃ. ଡ+ଆ; ଶୁଣ୍ଡ+ଆ) — ହାତି ଶୁଣ୍ଡ — Elephant's trunk
- ସଂ. ବି. ସ୍ତ୍ରୀ—(ଶୁଣ୍ ଧାତୁ+କର୍ତ୍ତୃ. ଡ+ଆ; ଶୁଣ୍ଡ+ଆ) — [ଉ— କେତେ ତହି ସିପାଇ ହାତିଙ୍କର ଶୁଣ୍ଡା, କାଟି ପକାଇଲେ ପ୍ରହାର କରି ଖଣ୍ଡା। କୃଷ୍ଣସିଂହ, ମହାଭାରତ।]
- ସଂ. ବି. ସ୍ତ୍ରୀ—(ଶୁଣ୍ ଧାତୁ+କର୍ତ୍ତୃ. ଡ+ଆ; ଶୁଣ୍ଡ+ଆ) — ମଦିରା; ମଦ — Wine
- ସଂ. ବି. ସ୍ତ୍ରୀ—(ଶୁଣ୍ ଧାତୁ+କର୍ତ୍ତୃ. ଡ+ଆ; ଶୁଣ୍ଡ+ଆ) — (ଏହା ହସ୍ତି ଶୁଣ୍ଡାକୃତି ନଳ ଯୋଗେ କ୍ଷାରିତ କରା ଯାଉଥିବାରୁ)
- ସଂ. ବି. ସ୍ତ୍ରୀ—(ଶୁଣ୍ ଧାତୁ+କର୍ତ୍ତୃ. ଡ+ଆ; ଶୁଣ୍ଡ+ଆ) — କୁଟ୍ଟିନୀ — A procuress
- ସଂ. ବି. ସ୍ତ୍ରୀ—(ଶୁଣ୍ ଧାତୁ+କର୍ତ୍ତୃ. ଡ+ଆ; ଶୁଣ୍ଡ+ଆ) — ବେଶ୍ୟା — Harlot
- ସଂ. ବି. ସ୍ତ୍ରୀ—(ଶୁଣ୍ ଧାତୁ+କର୍ତ୍ତୃ. ଡ+ଆ; ଶୁଣ୍ଡ+ଆ) — ମଦ୍ୟ ଗୃହ; ମଦ ଖଟି — A grogshop; tavern; wine shop
- ଦେ. ବିଣ — ଶୁଣ୍ଢ ସମ୍ବନ୍ଧୀୟ — Relating to elephant trunk
- ଦେ. ବିଣ — ଶୁଣ୍ଢ ପରି — Like a trunk
- ଦେ. ବିଣ — [ଯଥା—ହାତି— ଶୁଣ୍ଢ]
- ଦେ. ବିଣ — [ଉ—ଗହବ ଚମ୍ପା ଧଣ୍ଡା, ନିର୍ମିତ ଗଜମୁଣ୍ଡା, ଦଣ୍ଡକୁ ନିନ୍ଦି ଚାହିଁ ଯାହାକୁ ଗୋ—କବିସୂର୍ଯ୍ୟ, ସଙ୍ଗୀତ।]
- ଦେ. ବି — ଲାଉ; କଖାରୁ ଆଦି ଲତାର ପ୍ରତାନୀ — The tendrils of some creepers such as gourd, pumpkin etc