ଯାଉଁଳି J̄āuñḻ
- ଦେ. ବି.—(ସଂ. ଯୁଗଳ). କାନ୍ଧର ଆଗରେ ଓ ପଛରେ ପକାଇବାର ସୁବିଧା ନିମନ୍ତେ ଖଣ୍ଡେ ଲୁଗାର ଦୁଇ କାନିରେ ବନ୍ଧା ହେବା ଦୁଇଟି ବୁଜୁଳା; ଯୋଡ଼ି ବୁଜୁଳି — A double-bagged knapsack put across the shoulder; 2. packs made at each end of a cloth turned into a bag for facility of carrying it suspended over the shoulder (one bag in the front and one in the back side)
- ଦେ. ବି.—(ସଂ. ଯୁଗଳ). [ଦ୍ର—ଭିକାରୀ ବ୍ରାହ୍ମଣମାନେ ଭିକ୍ଷାର୍ଜିତ ଚାଉଳକୁ ଓ ପୁରୋହିତମାନେ ଯଜମାନଙ୍କଠାରୁ ପ୍ରାପ୍ତ ତଣ୍ଡୁଳାଦିକୁ ଯାଉଁଳି କରି କାନ୍ଧରେ ବୁହାଇ ଘରକୁ ଆଣନ୍ତି। ବ୍ରତ ବେଦୀରୁ ବ୍ରହ୍ମଚାରୀ ବାଳକ ରୋଷିଆଣି କରି ଗଲାବେଳେ କାନ୍ଧିରେ ଯାଉଁଳି ପକାଇ କରି ଯାଏ।]
- ଦେ. ବି.—(ସଂ. ଯୁଗଳ). ସମ— ଶ୍ରେଣୀର ଦୁଇଗୋଟି ବା ଯୋଡ଼ି — A pair; a couple
- ଦେ. ବି.—(ସଂ. ଯୁଗଳ). (ଯଥା—ଯାଉଁଳି ଜନ, ଯାଉଁଳି ବେତ ଇତ୍ୟାଦି।)
- ଦେ. ବି.—(ସଂ. ଯୁଗଳ). ଯୁଗ୍ମ ମଧ୍ୟରୁ ଏକତର — One of a pair; counterpart
- ବିଣ. — ସମଶ୍ରେଣୀୟ ଏକତ୍ରାବସ୍ଥିତ ଦୁଇଟି ବସ୍ତୁ) — Arranged in a pair; consisting of a pair
- ବିଣ. — (ଯଥା—ଯାଉଁଳି ଘୋଡ଼ା, ଯାଉଁଳି କବାଟ।)
- ବିଣ. — ଏକ ସମୟରେ ଘଟିବା ଦୁଇ ସଂଖ୍ୟକ; ଯୁଗ୍ମ; ଦୁଇ — Consisting of two things happening at one and the same time, simultaneously taking place. (two things)