ଯା (ଧାତୁ) J̄ā (root)
- ସଂ. — ଯିବା; ଗତି କରିବା — To go to move
- ସଂ. — (ରାଜ୍ୟାଦି) ଆକ୍ରମଣ କରିବା; ବିରୁଦ୍ଧରେ ଅଭିଯାନ କରିବା — To invade, to march against (Apte)
- ସଂ. — କୌଣସି ଉଦ୍ଦେଶ୍ୟରେ ଯାତ୍ରା କରିବା — To start for; to march (Apte)
- ସଂ. — ସ୍ଥାନ ତ୍ୟାଗ କରି ଯିବା — To depart; to withdraw; to pass away (Apte)
- ସଂ. — ଉଭେଇ ଯିବା; ଅନ୍ତର୍ହିତ ହେବା — To vanish; to disappear (Apte)
- ସଂ. — (ସମୟ) ଅତିକ୍ରାନ୍ତ ହେବା; ଗଡ଼ିଯିବା — To pass away; to elapse (Apte)
- ସଂ. — ରହିବା; କିଛିକାଳ ସ୍ଥାୟୀ ହେବା — To last (Apte)
- ସଂ. — ଘଟିବା — To happen; to come to pass (Apte)
- ସଂ. — ଫଳରେ ପରିଣତ ହେବା — To become; to be reduced to any state; to turn in to (Apte)
- ସଂ. — କୌଣସି କାର୍ଯ୍ୟରେ ହାତ ଦେବା — To undertake (Apte)
- ସଂ. — ସଙ୍ଗମ ବା ମୈଥୁନ କରିବା — To have carnal intercourse with (Apte)
- ସଂ. — ଅନୁରୋଧ କରିବା; ପ୍ରାର୍ଥନା କରିବା — To implore; to request. (Apte)