ମେଘ ନାଦ Megha nāda

  • ସଂ. ବି. ( 6 ଷ୍ଠୀ ତତ୍) — ମେଘ ଧ୍ୱନି — The rumbling of clouds
  • ସଂ. ବି. ( 6 ଷ୍ଠୀ ତତ୍) — ଘଡ଼ଘଡ଼ି ଶବ୍ଦ — Clap of thunder
  • ସଂ. ବି. ( 6 ଷ୍ଠୀ ତତ୍) — ପଳାଶ ଗଛ — A tree; Butia Frondosa
  • ସଂ. ବି. ( 6 ଷ୍ଠୀ ତତ୍) — ତଣ୍ଡୁଳୀୟ ଶାକ; ଲେଉଟିଆ ଶାଗ — A pot herb; Amaranthus Polygamus
  • ସଂ. ବି. ( 6 ଷ୍ଠୀ ତତ୍) — (ବହୁବ୍ରୀହି) ରାବଣର ପୁତ୍ର; ଇନ୍ଦ୍ରଜିତ୍ — Name of a son of Rābaṇ
  • ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ଏ ଜନ୍ମ ହେବା ସମୟରେ ମେଘ ପରି ନାଦ କରି ଥିବାରୁ ଏହାଙ୍କର ଏହି ନାମକରଣ ହୋଇଥିଲା। ଏହାଙ୍କୁ ଲକ୍ଷ୍ମଣ ବଧ କରିଥିଲେ। ଏହାଙ୍କ ସ୍ତ୍ରୀ ପ୍ରମୀଳା। ଏ ପ୍ରଥମରେ ନାଗ ପାଶରେ ଲକ୍ଷ୍ମଣଙ୍କୁ ବନ୍ଧନ କରିଥିଲେ। ଏ ଇନ୍ଦ୍ରଙ୍କୁ ଜୟ କରି ଥିବାରୁ ଏହାଙ୍କ ନାମ ଇନ୍ଦ୍ରଜିତ୍ ମଧ୍ୟ ହୋଇ ଥିଲା।]
  • ସଂ. ବି. ( 6 ଷ୍ଠୀ ତତ୍) — ଜଳାଧିପତି; ବରୁଣ ଦେବତା — The God of water; the Neptune of the Hindus
  • ସଂ. ବି. ( 6 ଷ୍ଠୀ ତତ୍) — (ମେଘ ଉଠାଇବା ବେଳେ ଧ୍ୱନି କରେ) ମୟୂର (ହି. ଶ) — The peacock
  • ସଂ. ବି. ( 6 ଷ୍ଠୀ ତତ୍) — (ଉ—ବର୍ଣ୍ଣିବା କିସ ଜ୍ୟେଷ୍ଠ କୁମାର, ଜାତ ରଡ଼ିକି ପୁଣି କୁମାର, ଛାଡ଼ି ସେ ମେଘନାଦ ଉପର, ପଡ଼ି ଅଚେତ ଯେ। ଭଞ୍ଜ ବୈଦେହୀଶ ବିଳାସ)
  • ସଂ. ବି. ( 6 ଷ୍ଠୀ ତତ୍) — ବିରାଡ଼ି (ହି. ଶ) — The cat
  • ଦେ. ବି — ଅତି ଉଚ୍ଚ ପ୍ରାଚୀର — A very high wall
  • ଦେ. ବି — (ଉ—କ୍ରୌଞ୍ଚ ଗବାକ୍ଷ ମେଘନାଦ ଭାଜିଲା। ପ୍ରାଚୀ ରସହ୍ୟ ମଞ୍ଜରୀ।)