ମୃଦଙ୍ଗ Mṛudaṅga
- ସଂ. ବି—(ବହୁବ୍ରୀହି; ମୃଦ୍=ମୃତ୍ତିକା+ଅଙ୍ଗ) — ମୃତ୍ତିକା ନିର୍ମିତ ଦ୍ୱି ମୁଖବିଶିଷ୍ଟ ଚର୍ମାନଦ୍ଧ ବାଦ୍ୟଯନ୍ତ୍ର ବିଶେଷ; ଖୋଳ — A tabour made of clay
- ସଂ. ବି—(ବହୁବ୍ରୀହି; ମୃଦ୍=ମୃତ୍ତିକା+ଅଙ୍ଗ) — [ଦ୍ର— ଆର୍ଯ୍ଯମାନେ ମୃଦଙ୍ଗର ପ୍ରଥମ ସୃଷ୍ଟିକର୍ତ୍ତା। ପରେ ମୁସଲମାନ୍ମାନେ ମାଟି ପରିବର୍ତ୍ତରେ ଏହାକୁ କାଠରେ ତିଆରି କରିଥିଲେ। କାଷ୍ଠମୟ ବାଦ୍ୟର ନାମ ମର୍ଦ୍ଦଳ ବା ପଖୋଜ ବା ଢୋଲକି ଏବଂ ମୃଣ୍ମୟ ବାଦ୍ୟର ନାମ ମୃଦଙ୍ଗ।]
- ସଂ. ବି—(ବହୁବ୍ରୀହି; ମୃଦ୍=ମୃତ୍ତିକା+ଅଙ୍ଗ) — ପଟହ; ନାଗରା — Drum
- ସଂ. ବି—(ବହୁବ୍ରୀହି; ମୃଦ୍=ମୃତ୍ତିକା+ଅଙ୍ଗ) — ଘୋଷ; ଶବ୍ଦ; ଗୋଳମାଳ — Sound; noise
- ସଂ. ବି—(ବହୁବ୍ରୀହି; ମୃଦ୍=ମୃତ୍ତିକା+ଅଙ୍ଗ) — ବଂଶ; ବାଉଁଶ — Bamboo