ମାରିଷ Mārisha
- ସଂ. ବି (ମୃଷ୍ ଧାତୁ=କ୍ଷମା କରିବା+ କର୍ତ୍ତୃ. ଅ; ନିପାତନ; କିମ୍ବା ମା=ନିଷେଧ+ରିଷ୍ ଧାତୁ=ହିଂସା କରିବା+କର୍ତ୍ତୃ. ଅ) — (ନାଟ୍ୟୋକ୍ତିରେ) ଶ୍ରେଷ୍ଠ ବ୍ଯକ୍ତି ବା ନଟ ବା ସୂତ୍ରଧାରଙ୍କ ପ୍ରତି ସମ୍ବୋଧନ — A term of respect used to an elder (specially to an actor or manager) in dramatic parlance
- ସଂ. ବି (ମୃଷ୍ ଧାତୁ=କ୍ଷମା କରିବା+ କର୍ତ୍ତୃ. ଅ; ନିପାତନ; କିମ୍ବା ମା=ନିଷେଧ+ରିଷ୍ ଧାତୁ=ହିଂସା କରିବା+କର୍ତ୍ତୃ. ଅ) — ତଣ୍ଡୂଳୀୟ; ଶାକ ବିଶେଷ; ନେଉଟିଆ ଶାଗ — A kind of potherb; Amaranthus Oleraceus
- ସଂ. ବି (ମୃଷ୍ ଧାତୁ=କ୍ଷମା କରିବା+ କର୍ତ୍ତୃ. ଅ; ନିପାତନ; କିମ୍ବା ମା=ନିଷେଧ+ରିଷ୍ ଧାତୁ=ହିଂସା କରିବା+କର୍ତ୍ତୃ. ଅ) — ଖଡ଼ା ଶାଗ — Amaranthus Gangeticus