ମାରିବା Māribā

  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — ହତ୍ୟା କରିବା; ପ୍ରାଣନାଶ କରିବା; ବଧ କରିବା — To kill; to murder; to slaughter
  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — ଆଘାତ କରିବା; ପ୍ରହାର କରିବା; ବାଡ଼େଇବା — To strike; to beat
  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — (ଯଥା— ବିଧା ମାରିବା, ବେତ ମାରିବା, ନାତ ମାରିବା, ଗୋଇଠା ମାରିବା।)
  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — [ଦ୍ର—ପ୍ରହାର କରିବାର ସାଧାରଣ ପିଟିବା ଅର୍ଥରେ ମାରିବା ଶବ୍ଦ ପ୍ରୟୋଗ କରାଯାଏ, ମଧ୍ୟ ଯେଉଁ ପ୍ରଣାଳୀରେ ଯେଉଁ ଅଙ୍ଗ ବା ଯନ୍ତ୍ର ବ୍ଯବହାର ପୂର୍ବକ ପ୍ରହାର କରାଯାଏ ତତ୍ ଶବ୍ଦ ପ୍ରୟୋଗ କରି ମାରିବା ଶବ୍ଦ ବ୍ଯବହୃତ ହୁଏ। ପୁନଶ୍ଚ ଭୂମି ଆଦିରେ ମୁଣ୍ଡକୁ ଆଘାତ କରିବା ଅର୍ଥରେ ମୁଣ୍ଡ ଶବ୍ଦ ପରେ ପ୍ରୟୋଗ କରାଯାଏ, ଯଥା—ମୁଣ୍ଡ ମାରିବା।]
  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — ବିନାଶ କରିବା; ଲୋପ କରିବା — To destroy
  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — (ଯଥା—ଜଡ଼ ମାରିବା, ଚେର ମାରିବା, ଜାଦୁ ମାରିବା, ଉକୁଣି ମାରିବା।)
  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — ବାଡ଼େଇ କରି ପ୍ରବିଷ୍ଟ କରାଇବା — To drive (e.g. a nail into the wall) by hammering
  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — (ଯଥା— କଣ୍ଟା ମାରିବା; କୀଳା ମାରିବା)
  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — ସଂଲଗ୍ନ କରାଇବା; ଲଗାଇବା — To attach; to stick; to apply
  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — (ଯଥା—କାନ୍ଥରେ ଛବି ମାରିବା; ଲଫାପାରେ ଡାକ ଟିକଟ୍ ମାରିବା)
  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — ଛାପ ବସାଇବା — To stamp to seal
  • ଦେ. କ୍ରି. (ସଂ. ମୃ ଧାତୁ ଣିଚ୍, ମାରି ଧାତୁ) — [ଉ—କୋମଳ କପୋଳେ ଦାରୁଣ କୋଷଣ ମାରିଛି ନିଜ ମୁଦ୍ରିକା। ରାଧାନାଥ. ପାର୍ବତୀ।]