ମାମୁଁ Māmuñ
- ଦେ. ବି. ସ୍ତ୍ରୀ. (ସଂ. ମାମ, ନାମକ) — ମାତୁଳ — Maternal uncle
- ଦେ. ବି. ସ୍ତ୍ରୀ. (ସଂ. ମାମ, ନାମକ) — (ଉ—ତା ଶୁଣି ନକୁଳ ସେଠାରୁ ବାହାରିଲେ, ମଗଧ ଦେଶେ ମାମୁଁ ସଙ୍ଗତେ ଦେଖା— ହେଲେ । କୃଷ୍ଣସିଂହ. ମହାଭାରତ. ସଭା)
- ଦେ. ବି. ସ୍ତ୍ରୀ. (ସଂ. ମାମ, ନାମକ) — [ଦ୍ର—ମାମୁ ଭଣଜା ସମ୍ପର୍କ ପ୍ରଗାଢ଼ ସ୍ନେହଯୁକ୍ତ ଓ ମଧୁରତାପୂର୍ଣ୍ଣ ସମ୍ପର୍କ ଅଟେ । ମାମୁଁ ଭଣଜା ପ୍ରତି ପ୍ରଗାଢ଼ ବାତ୍ସଲ୍ୟଭାବ ଦେଖାଉଥିବାରୁ ସ୍ନେହସୂଚକ ସମ୍ବୋଧନରେ ବାଘକୁ ଓ ଜହ୍ନକୁ ଶିଶୁର ମାମୁ ରୂପେ କଳ୍ପନା କରାଯାଏ, (ଯଥା—ବାଘମାମୁ, ଜହ୍ନମାମୁଁ) । ମଦ୍ୟପ ଛୋଟ ଜାତିମାନେ ଶୁଣ୍ଢିକୁ ଓ ଶିଅଳକୁ ମାମୁ ସମ୍ବୋଧନ କରନ୍ତି ।
- ଦେ. ବି. ସ୍ତ୍ରୀ. (ସଂ. ମାମ, ନାମକ) — ମାମୁ ଶବ୍ଦ ସମ୍ପର୍କରେ କେତେଗୁଡ଼ିଏ ଢଗ ଓ ପ୍ରବଚନ;— ଯଥା— 1 । ମାମୁଘରେ ପତର ଖଣ୍ଡିକ ଦିଖଣ୍ଡି କରିବା, ଅର୍ଥାତ୍—କୌଣସି ପରିଶ୍ରମ ନ କରି ମାତୁଳାଳୟରେ ଆଦର ଓ ଯତ୍ନ ସହିତ ପ୍ରତିପାଳିତ ହେବା ।] — ମାମୁ ଶବ୍ଦ ସମ୍ପର୍କରେ କେତେଗୁଡ଼ିଏ ଢଗ ଓ ପ୍ରବଚନ;— ଯଥା—1 ମାମୁଘରେ ପତର ଖଣ୍ଡିକ ଦିଖଣ୍ଡି କରିବା, ଅର୍ଥାତ୍—କୌଣସି ପରିଶ୍ରମ ନ କରି ମାତୁଳାଳୟରେ ଆଦର ଓ ଯତ୍ନ ସହିତ ପ୍ରତିପାଳିତ ହେବା ]
- ଦେ. ବି. ସ୍ତ୍ରୀ. (ସଂ. ମାମ, ନାମକ) — ନାହିଁ ମାମୁଁ ଠଉଁ କଣା ମାମୁ ଭଲ— ଅର୍ଥାତ୍—ଆଦୌ ମାମୁଁ ନ ଥିବାଠାରୁ, କଣା ହେଉ, ଛୋଟା ହେଉ, ଅଯୋଗ୍ୟ ହେଉ, ଗୋଟିଏ ମାମୁଁ ଥିଲେ ତାହାଙ୍କଠାରୁ ଭଣଜା କେତେକ ପରିମାଣରେ ଆଦର ଓ ଯତ୍ନ ଲାଭକରେ ।
- ଦେ. ବି. ସ୍ତ୍ରୀ. (ସଂ. ମାମ, ନାମକ) — ଏଥିର ସମଭାବାତ୍ମକ ଇଂରାଜି ପ୍ରବଚନ — Half a loaf is bettter than no loaf
- ଦେ. ବି. ସ୍ତ୍ରୀ. (ସଂ. ମାମ, ନାମକ) — ମାମୁଁ ମାଇଁ ଦି ପ୍ରରାଣୀ—ସନ୍ତାନହୀନ ଦମ୍ପତିଙ୍କ ପ୍ରତି ଏ ବାକ୍ୟ ବ୍ଯବହୃତ ହୁଏ । ଅର୍ଥାତ୍—ଉକ୍ତ ପରିବାରରେ ମାମୁଁ (ସ୍ୱାମୀ) ଓ ମାଇଁ (ସ୍ତ୍ରୀ), ଏ ଦୁଇଜଣଙ୍କ ଛଡ଼ା ଅନ୍ଯ କେହି ନାହାନ୍ତି ।
- ଦେ. ବି. ସ୍ତ୍ରୀ. (ସଂ. ମାମ, ନାମକ) — ମାମୁଁ ବେକ ଧରି କାନ୍ଦିବା ଓ ମାଇଁ ବେକ ଧରି କାନ୍ଦିବା । ଅର୍ଥାତ୍—ଯେଉଁ ବ୍ଯକ୍ତି ଉଭୟ ପକ୍ଷଙ୍କ ସଙ୍ଗେ ମିତ୍ରତା କରି ଉଭୟପକ୍ଷଙ୍କଠାରୁ ସାହାଯ୍ଯ କାମନା କରେ ବା ଉଭୟପକ୍ଷଙ୍କ ନିକଟରେ ସମବେଦନା ପ୍ରକାଶ କରେ ।
- ଦେ. ବି. ସ୍ତ୍ରୀ. (ସଂ. ମାମ, ନାମକ) — ମାମୁଙ୍କର ବାଟେ, ତ ମାମୁଁଙ୍କର ବାଟେ । ଅର୍ଥାତ୍ —ଯେଉଁ ପରିବାରରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଘଟିଥାଏ ।]