ମାନିବା Mānibā

  • ଦେ. କ୍ରି (ସଂ. ମାନ୍ ଧାତୁ) — ମାନ୍ୟ କରିବା; ସମ୍ମାନ କରିବା; ସମ୍ମାନ ଚକ୍ଷୁରେ ଦେଖିବା — To show respect; to honour; to do homage;
  • ଦେ. କ୍ରି (ସଂ. ମାନ୍ ଧାତୁ) — [ଉ—ମାନିଲେ ଦେବତା, ନ ମାନିଲେ ପଥର—ଢଗ।]
  • ଦେ. କ୍ରି (ସଂ. ମାନ୍ ଧାତୁ) — ଆଦେଶ ପାଳନ କରିବା — To obey; to comply with an order
  • ଦେ. କ୍ରି (ସଂ. ମାନ୍ ଧାତୁ) — [ଉ—ଧାଈ ଦମୟନ୍ତୀଙ୍କ କଥାକୁ ମାନଲା— କୃଷ୍ଣସିଂହ. ମହାଭାରତ. ବନ।]
  • ଦେ. କ୍ରି (ସଂ. ମାନ୍ ଧାତୁ) — ସଂକଳ୍ପ କରିବା; ଦେବତାଙ୍କ ଉଦ୍ଦେଶ୍ୟରେ କୌଣସି ପଦାର୍ଥ ଯାଚିବା; ମାନସିକ କରିବା; ମାନତ କରିବା; ଅଙ୍ଗୀକାର କରିବା — To make a vow or mental offering to a Deity; to promise a votive offering to a Deity
  • ଦେ. କ୍ରି (ସଂ. ମାନ୍ ଧାତୁ) — (ଯଥା—ମୁଁ ସତ୍ୟନାରାୟଣଙ୍କୁ ଷୋଳ ପାଲା ମାନିଛି।)
  • ଦେ. କ୍ରି (ସଂ. ମାନ୍ ଧାତୁ) — (ଅକର୍ମକ) ଶୋଭା ପାଇବା; ସୁନ୍ଦର ଦେଖା ଯିବା — To look graceful
  • ଦେ. କ୍ରି (ସଂ. ମାନ୍ ଧାତୁ) — [ଉ— ଭଲା ମାନୁଛି ଦେଖ, ସୁଧାମୟୂଖମୁଖ—କବିସୂର୍ଯ୍ୟ. କିଶୋର ଚନ୍ଦ୍ରାନନ୍ଦଚମ୍ପୂ. ଭ ଗୀତ।]
  • ଦେ. କ୍ରି (ସଂ. ମାନ୍ ଧାତୁ) — (ସକର୍ମକ) ଗ୍ରାହ୍ୟ କରିବା; ଖାତର କରିବା — To care for
  • ଦେ. କ୍ରି (ସଂ. ମାନ୍ ଧାତୁ) — [ଉ—ବୃଷ୍ଟି ବାରଣ ଛତ୍ର ନ ପକଡ଼ି, ନ ମାନେ ନଭ ମାସ ନିଶାଝଡ଼ି— କବିସୂର୍ଯ୍ୟ. କବିତା।]
  • ଦେ. କ୍ରି (ସଂ. ମାନ୍ ଧାତୁ) — 6 ଅନ୍ୟର ଅନୁରୋଧକୁ ବା ଉପଦେଶକୁ ଗ୍ରହଣ କରିବା — 6ଅନ୍ୟର ଅନୁରୋଧକୁ ବା ଉପଦେଶକୁ ଗ୍ରହଣ କରିବା—6. To accept another's advice or request
  • ଦେ. କ୍ରି (ସଂ. ମାନ୍ ଧାତୁ) — [ଉ—ଆରେ ଚଷା ଭାଇ ମାନ୍ ରେ, ଯହିଁ ପାଣି ତହିଁ ଧାନ୍ ରେ— କୃଷିବଚନ।]