ମାଈ Māī
- ଦେ. ବିଣ. ସ୍ତ୍ରୀ (ସଂ. ମାତୃ., ପ୍ରା. ମାଈ) — ସ୍ତ୍ରୀ ଜାତୀୟ (ଜୀବ) — Female
- ଦେ. ବିଣ. ସ୍ତ୍ରୀ (ସଂ. ମାତୃ., ପ୍ରା. ମାଈ) — (ଉ—ଧୃତରାଷ୍ଟ୍ର ବୋଇଲା ମୋ ରଥିଏ ମାଈ, ହେଲେ କି ହେ ସଞ୍ଜୟ କହ ତା ବତାଇ। କୃଷ୍ଣସିଂହ ମହାଭାରତ, ଦ୍ରୋଣ।)
- ବି — ସ୍ତ୍ରୀ ଜାତୀୟ ପ୍ରାଣୀ — The female of an animals
- ବି — (ବ୍ୟଙ୍ଗ) ସ୍ତ୍ରୀ; ନାରୀ — Woman
- ବି — (ଉ— କାଳୀ ମାଈ! ଚୂନ ବୋଳିଲେ କି ଗୋରୀ ହୋଇ?—ଢଗ।)
- ବି — ମଥା ଭଉଁରୀ ଜାଲର ଏକ ଘରା (ଯେଉ ଘରାର ଫାନ୍ଦରୁ ସୂତା ବାହାର କରାଯାଇ ଜାଲରେ ନୂଆ ଘରା ବୁଣୀ ହୁଏ. — A separately woven quadrangle of a casting net which is attached to another new strip by means of a thread
- ପ୍ରାଦେ. (ସମ୍ବଲପୁର) ବି — ସ୍ତ୍ରୀ ଲୋକ — A woman
- ପ୍ରାଦେ. (ସମ୍ବଲପୁର) ବି — (ଯଥା— ଗଉଡ଼ୁଣୀ ମାଈ।)
- ପ୍ରାଦେ. (ସମ୍ବଲପୁର) ବି — [ଦ୍ର— କୌଣସି ଜନ୍ତୁବାଚକ ଶବ୍ଦ ପୂର୍ବରେ ମାଈ ଶବ୍ଦ ଲାଗିଲେ ସେହି ଶବ୍ଦର ପୁଂଲିଙ୍ଗ ରୂପ ନ ବଦଳି ମଧ୍ୟ ସ୍ତ୍ରୀଜାତୀୟ ପ୍ରାଣୀକୁ ବୁଝାଏ ଯଥା— ମାଈ ଘୋଡ଼, ମାଈ ହାତୀ, ମାଈ ମଇଁଷି, ମାଈ ବାଛୁରୀ; ମାଈ ମିରିଗ, ମାଈ ହଂସ ଇତ୍ୟାଦି।]