ମହତ୍ତ୍ୱ Mahattwa
- ସଂ. ବି (ମହତ୍+ତ୍ୱ) — ମହାନୁଭବତା; ଉଦାରତା; ଔଦାର୍ଯ୍ଯ — Nobility; magnanimity
- ସଂ. ବି (ମହତ୍+ତ୍ୱ) — ପ୍ରକର୍ଷ; ଶ୍ରେଷ୍ଠତ୍ୱ — Excellence; superiority
- ସଂ. ବି (ମହତ୍+ତ୍ୱ) — ବୃହତ୍ତ୍ୱ — Largeness; magnitude; great extent
- ସଂ. ବି (ମହତ୍+ତ୍ୱ) — ପ୍ରାଧାନ୍ୟ; ଆଧିକ୍ୟ — Greatness; predominance
- ସଂ. ବି (ମହତ୍+ତ୍ୱ) — ମର୍ଯ୍ୟାଦା; ସମ୍ମାନ; ସମ୍ଭ୍ରମ — Respect; noblity; honour
- ସଂ. ବି (ମହତ୍+ତ୍ୱ) — ତୀବ୍ରତା; ପ୍ରଖରତା — Intensity; elevation (Apte)
- ସଂ. ବି (ମହତ୍+ତ୍ୱ) — ଉଚ୍ଚତା — Height; elevation (Apte)
- ସଂ. ବି (ମହତ୍+ତ୍ୱ) — ଉଚ୍ଚପଦ — Exalted position (Apte)
- ସଂ. ବି (ମହତ୍+ତ୍ୱ) — ଜରୁରୀ; ଆବଶ୍ୟକତା; ଗୁରୁତା — Importance (Apte); urgency
- ସଂ. ବି (ମହତ୍+ତ୍ୱ) — ଗୌରବ; ଐଶ୍ୱର୍ଯ୍ଯ — Majesty (Apte)
- ଦେ. ବି — ମହତ୍ତତ୍ତ୍ୱ (ଦେଖ) — Mahattattwa (See)
- ଦେ. ବି — [ଉ—ମହତ୍ତ୍ୱୁ ଅହଂକାର ଜାତ, ତା ତହୁଁ ପଞ୍ଚତନ ମାତ୍ର। ପ୍ରାଚୀ ପୂର୍ଣ୍ଣତମ ଚନ୍ଦ୍ରୋଦୟ।]