ମନ୍ତ୍ରୀ Mantrī
- ସଂ. ବିଣ. ପୁଂ (ମନ୍ତ୍ର ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ମନ୍ତ୍ରଣାଦାତା — Counsellor; adviser
- ସଂ. ବି — ସଚିବ; ଯେଉଁ ପ୍ରଧାନ ରାଜକର୍ମଚାରୀଙ୍କ ପରାମର୍ଶରେ ରାଜ୍ୟ ଶାସିତ ହୁଏ — A minister
- ଦେ. ବି — ଗଞ୍ଜାପା ସାରର ଏକାଦଶ ସଂଖ୍ୟାସୂଚକ ଘୋଡ଼ାର ବା ହାତୀର ଚିତ୍ର — A picture representing in the Gan̄japā game
- ଦେ. ବି — ସତରଞ୍ଜି ଖେଳରେ ରଜାଙ୍କ ତଳ ସାର — The queen piece in the game of chess