ମଧୁମତୀ Madhumatī

  • ସଂ. ବିଣ. ସ୍ତ୍ରୀ (ମଧୁମତ୍+ସ୍ତ୍ରୀ. ଈ) — ମାଧୁର୍ଯ୍ଯମୟୀ — Full of sweetness
  • ବି — ଯୋଗିନୀ— ବିଶେଷ; ଦେବୀବିଶେଷ — Name of a Goddess
  • ବି — [ଦ୍ର— ତନ୍ତ୍ରସାଧକ ଏହି ଯୋଗିନୀଙ୍କର ସାଧନା କରି ସିଦ୍ଧି ଲାଭ କଲେ, ଦେବ, ଦାନବ, ଗନ୍ଧର୍ବ, ବିଦ୍ୟାଧର, ଯକ୍ଷ ଓ ରାକ୍ଷସ କନ୍ଯା ଓ ନାନାବିଧି ଉପଭୋଗ୍ୟ ବସ୍ତୁ ପ୍ରାପ୍ତ ହୁଅନ୍ତି।]
  • ବି — କାଶ୍ମୀରଦେଶୀୟ ନଦୀବିଶେଷ — Name of a river in Kāṡmīra
  • ବି — ଛନ୍ଦୋବିଶେଷ — , Name of a metre
  • ବି — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ 2 ନଗଣ ଓ ଏକ ଗୁରୁବର୍ଣ୍ଣ ଥାଏ—ହି. ଶ।] — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ2ନଗଣ ଓ ଏକ ଗୁରୁବର୍ଣ୍ଣ ଥାଏ—ହି. ଶ]
  • ବି — ମଧୁଦୈତ୍ୟର କନ୍ଯା (ହି. ଶ) — Name of the daughter of demon Madhu
  • ବି — [ଦ୍ର—ଏ ଇକ୍ଷ୍ୱାକୁଙ୍କ ପୁତ୍ର ହର୍ଯ୍ଯଶ୍ୱଙ୍କୁ ବିବାହ କରିଥିଲେ।]
  • ବି — ପୁରାଣ ମତେ ନର୍ମଦା ନଦୀର ଏକ ଶାଖା (ହି. ଶ) — Name of a branch of the Narmadā river
  • ବି — ପତଞ୍ଜଳିଙ୍କ ମତରେ ସମାଧିର ଅବସ୍ଥାବିଶେଷ, ଯହିଁରେ ଅଭ୍ୟାସ ଓ ବୈରାଗ୍ୟ ଯୋଗୁଁ ରଜୋଗୁଣର ପୂର୍ଣ୍ଣ ବିନାଶ ଓ ସତ୍ୱଗୁଣର ବିକାଶ ହୁଏ (ହି. ଶ) — A stage in religious meditation in which the devotee loses all his grosser habits