ଭ୍ରାମର Brāmara
- ସଂ. ବି (ଭ୍ରମର+ଆ) — ଭ୍ରମର ସଞ୍ଚିତ ଏକ ପ୍ରକାର ମଧୁ; ମହୁ — A kind of honey collected by the humble bee
- ସଂ. ବି (ଭ୍ରମର+ଆ) — [ଦ୍ର—ସଚରାଚର ଯେଉଁ ଭ୍ରମର ମାନେ ଦେଖାଯାନ୍ତି, ସେମାନଙ୍କ ଅପେକ୍ଷା ଆକୃତିରେ କିଞ୍ଚିତ କ୍ଷୁଦ୍ର ଭ୍ରମରମାନଙ୍କ କର୍ତ୍ତୃକ ସଞ୍ଚିତ ଭ୍ରମରମଧୁ ସ୍ଫଟିକତୁଲ୍ୟ ନିର୍ମଳ। ବୈଦ୍ଯକମତରେ ଏହା ରକ୍ତ ପିତ୍ତ ନାଶକ, ମୁତ୍ର ଜନକ, ଜାଡ୍ୟକର, ଗୁରୁ, ମଧୁରବିପାକ, ଅଭିଷ୍ୟନ୍ଦା ଅତ୍ୟନ୍ତ ପିଚ୍ଛଳ ଓ ଶୀତବୀର୍ଯ୍ୟ ବଙ୍ଗଳା ଦ୍ରବ୍ଯଗୁଣ।]
- ସଂ. ବି (ଭ୍ରମର+ଆ) — ଚୁମ୍ବକ ପଥର; ଅୟସ୍କାନ୍ତମଣି — Magnetic stone. load stone
- ସଂ. ବି (ଭ୍ରମର+ଆ) — ନୃତ୍ୟ ବିଶେଷ — A kind of whirling ring-dance
- ସଂ. ବି (ଭ୍ରମର+ଆ) — [ଦ୍ର— ଏ ନୃତ୍ୟରେ ବହୁ ଲୋକ ମଣ୍ଡଳ ହୋଇ ବୁଲି ବୁଲି ନାଚନ୍ତି। ଗଡ଼ଜାତର ଆଦିମନିବାସୀମାନେ ଏହି ପ୍ରକାର ନାଚ ନାଚନ୍ତି।]
- ସଂ. ବି (ଭ୍ରମର+ଆ) — ଅପସ୍ମାର ରୋଗ — Epilepsy
- ବିଣ — ଭ୍ରମର— ସମ୍ବନ୍ଧୀୟ — Relating to the black bee