ବୁଲି Buli

  • ସଂ. ବି (ବୁଳ୍ ଧାତୁ=ମଗ୍ନ ହେବା+ଅଧିକରଣ. ଇ) — ଭଗ; ଯୋନି — Vagina; female organ
  • ଦେ. ବି — ବୋଲି; ପଦ; ଉକ୍ତି; ଭାଷା — Language; speech
  • ଦେ. ବି — ଭାଷାର ଶବ୍ଦ — Word of a language
  • ଦେ. ବି — ବାକ୍ୟ — Sentence
  • ଦେ. ବି — ଶିକ୍ଷିତ ପକ୍ଷୀର ଉଚ୍ଚାରିତ କଥା ବା ପଦ — The call or utterance of words by a trained bird
  • ଦେ. ବି — ଚଢ଼େଇର ସ୍ୱର — The tune of a bird
  • ଦେ. ବି — ନିର୍ଦ୍ଦିଷ୍ଟ ଭାଷା; ବନ୍ଧା ଭାଷା — A formula; a set speech
  • ଦେ. ବି — (ବଣିଆ ଶବ୍ଦ) ଧାତୁର ପତ୍ର ଉପରେ ବା ମେଡ଼ାଲ୍ (ପଦକ) ଉପରେ ଅକ୍ଷର ଲେଖିବାରେ ବ୍ୟବହୃତ ବେଣ୍ଟ ଥିବା ମୁନିଆଁ ହତିଆର ବିଶେଷ — A pointed instruments for engraving letters on a metal plate or medal
  • ଦେ. ବି — ସ୍ତ୍ରୀମାନଙ୍କୁ ଦିଆଯିବା ନାମ — A name given to females
  • ଦେ. ବିଣ. ସ୍ତ୍ରୀ — (ଗାଳି) ଯେଉଁ ସ୍ତ୍ରୀ ବାରଆଡ଼େ ବୁଲେ — (a term of abuse to women) Wandering (woman)