ବୁଲି ଯିବା Buli j̄ibā
- ଦେ. ବି — ଭ୍ରମଣ କରିବାକୁ ବାହାରିବା — To go awalking; to go out for a walk
- ଦେ. ବି — ଅତି ଅସୁସ୍ଥ ଓ ରୁଗ୍ଣ ଅବସ୍ଥାରୁ ମୁକ୍ତ ହୋଇ ସୁସ୍ଥ, ସବଳ ଓ ମୋଟାମୋଟି ହୋଇଯିବା — To be stouter and stronger
- ଦେ. ବି — ଅନ୍ୟ ଆଡ଼କୁ ବା ବିପରୀତ ଦିଗକୁ ଯିବା — To turn to an opposite direction or to another direction
- ଦେ. ବି — (ଘନ ବସ୍ତୁ) ତରଳାବସ୍ଥା ପ୍ରାପ୍ତ ହେବା; ଗଳିତ ହେବା — To melt
- ଦେ. ବି — (ଯଥା—ବସିଲା ଘିଅ ଖରାରେ ବୁଲି ଗଲାଣି।)
- ଦେ. ବି — ବିକୃତ ହେବା — To deteriorate
- ଦେ. ବି — (ଯଥା—ବରଷେ କାଳ ମାଠିଆରେ ରହିବାରୁ ଗୁଡ଼ତକ ବୁଲି ଗଲା।)