ବୁଆ ଖିଆ Buā khiā
- ଦେ. ବି — ଗୋରୁ ଗାଈମାନଙ୍କର ବୁଆଧାନ ଗଛକୁ ଚରିବା
- ଦେ. ବି — [ଦ୍ର—ଶାରଦ ଧାନ ଗଛକୁ 'ବୁଆ' ହୋଇଥିବା ଅବସ୍ଥାରେ ବେଉଡ଼ିବା ପୂର୍ବରୁ ଗୋରୁ— ଗାଈ ଖାଇଲେ ଉକ୍ତ ଗଛ ହୁଷ୍ଟ ପୁଷ୍ଟ ହୋଇ ବଢ଼େ।]
- ଦେ. ବି — (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତି ଘରେ ପର୍ଯ୍ଯାପ୍ତ ଭୋଜନ ଲାଭ — (figurative) Sumptuous meal at another's house
- ଦେ. ବି — ଓପରି ଭୋଜନ; ଅନ୍ୟର ଘରେ ଭୋଜୀ — Feast held at another person's house
- ଦେ. ବି — [ଦ୍ର—ଧାନଗଛ ବୁଆ ହୋଇଥିବା ଅବସ୍ଥାରେ ଗୋରୁ— ଗାଈମାନଙ୍କୁ ଧାନ କିଆରି ଅଟକ କରାଯାଏ ନାହିଁ। ଏଥି ପାଇଁ ଗୋରୁମାନେ କଅଁଳ ଧାନଗଛ ଖାଇ ମହା ଆନନ୍ଦରେ ଥାଆନ୍ତି। ଏଥି ସକାଶେ ଓପରି ଭୋଜନ ଓ ଭୂରିଭୋଜନ ମିଳିଲେ ଲୋକେ କହନ୍ତି ତାକୁ ''ବୁଆଖିଆ'' ପଡ଼ିଛି।]