ବୀର ମାଟି Bīra māṭi
- ଦେ. ବି. (ସଂ. ବୀର+ମୃତ୍ତିକା) — ବୀରମାନେ ଯୁଦ୍ଧ ପୂର୍ବରୁ ବା ମଲ୍ଲ କ୍ରୀଡ଼ା ପୂର୍ବରୁ ଦେହରେ ଯେଉଁ ହଳଦିଆ ମାଟି ବୋଳି ହେଉଥିଲେ — A kind of coloured earth with which warriors and athletes used to basmear their bodies before fighting or wrestling
- ଦେ. ବି. (ସଂ. ବୀର+ମୃତ୍ତିକା) — (ବ୍ୟଙ୍ଗ) ଯେଉଁ ସ୍ଥାନର ମୃତ୍ତିକାର ଏପରି ମାହାତ୍ମ୍ୟ ଅଛି ଯେ ସେ ସ୍ଥାନରେ ପାଦ ଦେବା ମାତ୍ରେ ଲୋକର ପ୍ରଚ୍ଛନ୍ନ ବୀରତ୍ୱ ପ୍ରକାଶିତ ହୁଏ (ଯଥା—କଟକ ପରା ବୀରମାଟି) — A place said to possess the potency of infusing heroism in a person who sets foot on it (ironical)