ବୀର ପେଷିବା Bīra peshibā
- ଦେ. କ୍ରି — ମନ୍ତ୍ରଯନ୍ତ୍ର ପ୍ରୟୋଗଦ୍ୱାରା କୌଣସି ବ୍ୟକ୍ତି ବା ସ୍ଥାନ ପ୍ରତି ଉପଦ୍ରବକାରୀ ଭୂତକୁ ପ୍ରେରଣ କରିବା — To cause a malignant spirit to possess a place or person, by the employment of black magic
- ଦେ. କ୍ରି — [ଦ୍ର—ଯେଉଁ ବ୍ୟକ୍ତି ପ୍ରତି ବା ସ୍ଥାନପ୍ରତି ବୀର ପେଷା ଯାଇଥାଏ, ସେଠାରେ ଶୂନ୍ଯରୁ ଟେକା ପଡ଼େ, ହଠାତ୍ ଅଗ୍ନି ଲାଗିଯାଏ, ବିଷ୍ଠା ପଡ଼େ, ଘରର ଜିନିଷପତ୍ର ବାହାରେ ଫୋପଡ଼ା ହେବାର ଦେଖାଯାଏ, ଲୁଗାପଟାରେ, ପାକପାତ୍ର ଆଦିରେ ବିଷ୍ଠା ଜମା ହୁଏ; ଅଥଚ ଅତି ସତର୍କ ହୋଇ ଜଗିଲେ ମଧ୍ୟ ଏ ସବୁ କାର୍ଯ୍ୟ କିଏ କରୁଛି ବୋଲି କିଛି ମାତ୍ର ଧରା ପଡ଼େ ନାହିଁ। ଏହା ଏକପ୍ରକାର ଭୌତିକ କାଣ୍ଡ। ଗୁଣିଆ ଆଣି ଏଥିରେ ଲେଉଟ ଉପାୟ କଲେ ଏହା ବନ୍ଦ ହୋଇଯିବାର ଦେଖା ଯାଇଅଛି।]