ବିଲିଆଡ଼୍ Biliāṟḍ̠

  • ବୈଦେ. ବି — ଛୋଟ ବଲ ଓ ଲମ୍ବ ସରୁ ବାଡ଼ିଦ୍ୱାରା ଟେବ୍ଲ ଉପରେ ଖେଳାଯିବା ଏକ ପ୍ରକାର ବିଲାତୀ ଖେଳ — The game of billards
  • ବୈଦେ. ବି — [ଦ୍ର—ସ୍ଳେଟ ବା ଶଙ୍ଖ— ମର୍ମର ପଥରର ଟେବଲ ଉପରେ ବନାତ କନା ମଡ଼ା ଯାଇଥାଏ; ଟେବଲର ଚାରିପାଖେ ରବର ଛୁଆଣି ବାଡ଼ ଥାଏ। ଟେବଲର କୋଣରେ ଓ ଲମ୍ବ ପାଖର ମଝିରେ ଗୋଟିଏ ଲେଖାଏଁ କଣା ଥାଏ ଓ ସେ କଣାରେ ଜାଲି ମୁଣି ଥାଏ। କେନ୍ଦୁ ଫଳ ପରି 2 ଇଞ୍ଚ ବ୍ୟାସବିଶିଷ୍ଟ ପେଣ୍ଡୁ (ବଲ୍) କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଟେବଲ ଉପରେ ରଖି ଖେଳାଳି ଧରିଥାବା ସରୁ ଲମ୍ବ ଡାଙ୍ଗ (ଷ୍ଟିକ୍) ର ଅଗରେ ବଲ୍କୁ ଠେଲି ଗଡ଼ାଇବାକୁ ହୁଏ; ଯେପରି କି ଏକ ଖେଳାଳୀର ବଲ୍ ବିପକ୍ଷର ବଳକୁ ଆଘାତ କରି ଗୋଟିଏ ଗାତର ମୁଣିରେ ପଡ଼ିବ। ଏହି ରୀତରେ ଓ ଖେଳ ହୁଏ। — [ଦ୍ର—ସ୍ଳେଟ ବା ଶଙ୍ଖ— ମର୍ମର ପଥରର ଟେବଲ ଉପରେ ବନାତ କନା ମଡ଼ା ଯାଇଥାଏ; ଟେବଲର ଚାରିପାଖେ ରବର ଛୁଆଣି ବାଡ଼ ଥାଏ ଟେବଲର କୋଣରେ ଓ ଲମ୍ବ ପାଖର ମଝିରେ ଗୋଟିଏ ଲେଖାଏଁ କଣା ଥାଏ ଓ ସେ କଣାରେ ଜାଲି ମୁଣି ଥାଏ କେନ୍ଦୁ ଫଳ ପରି2ଇଞ୍ଚ ବ୍ୟାସବିଶିଷ୍ଟ ପେଣ୍ଡୁ (ବଲ୍) କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଟେବଲ ଉପରେ ରଖି ଖେଳାଳି ଧରିଥାବା ସରୁ ଲମ୍ବ ଡାଙ୍ଗ (ଷ୍ଟିକ୍) ର ଅଗରେ ବଲ୍କୁ ଠେଲି ଗଡ଼ାଇବାକୁ ହୁଏ; ଯେପରି କି ଏକ ଖେଳାଳୀର ବଲ୍ ବିପକ୍ଷର ବଳକୁ ଆଘାତ କରି ଗୋଟିଏ ଗାତର ମୁଣିରେ ପଡ଼ିବ ଏହି ରୀତରେ ଓ ଖେଳ ହୁଏ
  • ବୈଦେ. ବି — ଏହି ଶବ୍ଦ ସଙ୍ଗେ ଇଂରାଜି ଭାଷାରେ ବ୍ୟବହୃତ ଅନ୍ୟ ଇଂରାଜି ଶବ୍ଦସମନ୍ୱିତ ବାକ୍ୟମାନ ମଧ୍ୟ ଓଡ଼ିଆରେ ଚଳିଲାଣି, ଯଥା—ବିଲିଆଡ଼୍ ଟେବଲ—ବିଲିଆଡ଼ ଖେଳ ଯେଉଁ ଟେବଲ ଉପରେ ଖେଳାଯଏ — Billiard table.ବିଲିଆଡ଼୍ ବଲ—ବିଲିଆଡ଼୍ ଖେଳିବା ପେଣ୍ଡୁ—Billiard ball.ବିଲିଆଡ଼ ରୂମ—ବିଲିଆଡ଼ ଖେଳ ଯେଉଁ କୋଠିରେ ହୁଏ—Billiard room.ବିଲିଆଡ଼ ଷ୍ଟିକ—ଯେଉଁ ସରୁ ଲମ୍ବ ବାଡ଼ିର ଅଗଦ୍ୱାରା ବିଲିଆଡ଼ ବଲକୁ ଠେଲାଯାଏ—Billiard stick