ବିଦୁର Bidura
- ସଂ. ବି. (ବିଦ୍ ଧାତୁ=ଜାଣିବା+ଶୀଳାର୍ଥରେ ଉର) — ଯୁଧିଷ୍ଠିରଙ୍କ ପିତୃବ୍ୟ; ଧୃତରାଷ୍ଟ୍ରଙ୍କ ବୈମାତ୍ରେୟ ଭ୍ରାତା — Uncle of Judhishṭhira and step brother of Dhṛutarāshṭra
- ସଂ. ବି. (ବିଦ୍ ଧାତୁ=ଜାଣିବା+ଶୀଳାର୍ଥରେ ଉର) — [ଦ୍ର—ଏ ମୃତ ଶାନ୍ତନୁଙ୍କ ଦାସୀ ଗର୍ଭଜାତ ବ୍ୟାସଦେବଙ୍କ ଔରସ ସନ୍ତାନ। ଏ ଖୁବ୍ ଜ୍ଞାନୀ, ବୁଦ୍ଧିମାନ୍ ଓ ଦୂରଦର୍ଶୀ ଥିଲେ; ରାଜନୀତି, ଧର୍ମନୀତି ଓ ଅର୍ଥନୀତିରେ ଖୁବ୍ ପ୍ରବୀଣ ଥିଲେ। ଏ ପ୍ରଥମେ କୌରବଙ୍କ ମନ୍ତ୍ରୀ ଥିଲେ ହେଁ ପାଣ୍ଡବମାନଙ୍କ ପ୍ରତି ଏହାଙ୍କର ଗଭୀର ସ୍ନେହ ଥିଲା। ଦୂର୍ଯ୍ଯୋଧନଙ୍କୁ ଏ ଯୁଦ୍ଧରୁ ବହୁତ ନିବର୍ତ୍ତାଇ ଥିଲେ; କିନ୍ତୁ ଏଥିରେ ବିଫଳ ହୋଇ ପାଣ୍ଡବ ପକ୍ଷରେ ଯୁଦ୍ଧ କରି— ଥିଲେ ଓ ଯୁଦ୍ଧ ପରେ ପାଣ୍ଡବମାନଙ୍କ ମନ୍ତ୍ରୀ ହୋଇଥିଲେ, ପରେ ଅରଣ୍ୟକୁ ଯାଇ ତପଃସାଧନ କରି ଶେଷରେ ଯୋଗମାର୍ଗରେ ଦେହ ତ୍ୟାଗ କଲେ। 'ବିଦୁରନୀତି' ନାମକ— ନୀତିଶାସ୍ତ୍ର ଏହାଙ୍କ ରଚିତ (ହି. ଶ) ଶ୍ରୀକୃଷ୍ଣ ଏହାଙ୍କ ଗୃହରେ ଆତିଥ୍ୟ ସ୍ୱୀକାର କରିଥିଲେ ।]
- ସଂ. ବିଣ. ପୁଂ — ଜ୍ଞାନୀ; ପଣ୍ଡିତ — Wise; learned
- ପ୍ରାଦେ (ଗଡ଼ଜାତ) ବି — ପିଜୁଳି — Guava