ବାଢ଼ିବା Bāṟḍ̠ẖibā

  • ଦେ. କ୍ରି. (ସଂ. ବୃଧ୍ ଧାତୁ) — ଖାଇବା ଲୋକର ଭୋଜନ ପାଇଁ ଅନ୍ନ ବ୍ୟଞ୍ଜନାଦି ଭୋଜନପାତ୍ରରେ ଆଣି ରଖିବା; ପରିବେଷଣ କରିବା — To serve food on plates; to deal out food to eaters
  • ଦେ. କ୍ରି. (ସଂ. ବୃଧ୍ ଧାତୁ) — ଅନ୍ନ ବ୍ୟଞ୍ଜନ ଷଡ଼ରସେ, ଆନନ୍ଦେ କାଢ଼ିଲେ ବିଶେଷେ। ଜଗନ୍ନାଥ. ଭାଗବତ।
  • ଦେ. କ୍ରି. (ସଂ. ବୃଧ୍ ଧାତୁ) — ଦ୍ରବ୍ୟସମୂହକୁ ବିସ୍ତୃତ କରି ଥୋଇବା; ବିସ୍ତାର କରିବା; ମେଲେଇ ରଖିବା — To spread things for show
  • ଦେ. କ୍ରି. (ସଂ. ବୃଧ୍ ଧାତୁ) — ଯଉତୁକ ଦ୍ରବ୍ୟମାନ ବାଢ଼ିଲେ ଛାମୁରେ—ଚାଟ ଇଚ୍ଛାବତୀ।
  • ଦେ. କ୍ରି. (ସଂ. ବୃଧ୍ ଧାତୁ) — ବିସ୍ତାରିତ ଭାବରେ ପ୍ରକାଶ କରିବା — To speak out in extense
  • ଦେ. କ୍ରି. (ସଂ. ବୃଧ୍ ଧାତୁ) — ବୁଢ଼ା ହେବାଠାରେ ସେ ପାଣ୍ଡବଙ୍କ ପ୍ରୌଢ଼ି ଏବେ ଦ୍ୱିଜ ଗୋଟିକ ଆଗେ ଛନ୍ତି ବାଢ଼ି—କୃଷ୍ଣସିଂହ, ମହାଭାରତ ବନ।
  • ଦେ. କ୍ରି. (ସଂ. ବୃଧ୍ ଧାତୁ) — ପ୍ରସ୍ତାବ ଆଦି ଉପସ୍ଥାପିତ କରିବା; ପ୍ରସ୍ତାବ କରିବା — To propose
  • ଦେ. କ୍ରି. (ସଂ. ବୃଧ୍ ଧାତୁ) — ଭାବିବା; ବିଚାର କରିବା — To think
  • ଦେ. କ୍ରି. (ସଂ. ବୃଧ୍ ଧାତୁ) — ମୋହର କଲା ଦୋଷମାନ ହୃଦେ ବାଢ଼ି ନଖକୁନ୍ତମୁନେ ଦିଅ ମୋ ଅନ୍ତ କାଢ଼ି— କୃଷ୍ଣସିଂହ, ମହାଭାରତ, ବନ—