ବସୁଦେବ Basudeba

  • ସଂ. ବିଣ. ପୁଂ (ବସୁ=ଧନ+ଦିବ୍ ଧାତୁ=କ୍ରୀଡ଼ା କରିବା +କର୍ତ୍ତୃ. ଅ; ଯେ ଧନରେ କ୍ରୀଡ଼ା କରେ) — ଧନୀ — Rich
  • ସଂ. ବିଣ. ପୁଂ (ବସୁ=ଧନ+ଦିବ୍ ଧାତୁ=କ୍ରୀଡ଼ା କରିବା +କର୍ତ୍ତୃ. ଅ; ଯେ ଧନରେ କ୍ରୀଡ଼ା କରେ) — (ବହୁବ୍ରୀହି; ବସୁ=ରତ୍ନ+ ଦେବ=କାନ୍ତି) ଉଜ୍ଜ୍ୱଳ କାନ୍ତିବିଶିଷ୍ଟ — Lustrous
  • ସଂ. ବି — ଶ୍ରୀକୃଷ୍ଣଙ୍କ ପିତା; ଦେବକୀଙ୍କ ସ୍ୱାମୀ — Father of Ṡrīkṛushṇa
  • ସଂ. ବି — [ଦ୍ର—ବସୁଦେବ ଯଦୁବଂଶର ଶୂରକୁଳର ରାଜା ଦେବମୀଢ଼ ଓ ତାଙ୍କ ପତ୍ନୀ ମାରିଷଙ୍କଠାରୁ ଜନ୍ମି ଥିଲେ । ଏ ଜନ୍ମିବା ସମୟରେ ସ୍ୱର୍ଗରୁ ଦୁନ୍ଦୁଭି ଶବ୍ଦ ଶୁଣାଯାଇଥିଲା। ଏଥିଯୋଗୁଁ ଏହାଙ୍କର ଏକ ନାମ ଆନକଦୁନ୍ଦଭି। ଏ ପିତାଙ୍କ ଜ୍ୟେଷ୍ଠପୁତ୍ର ଥିଲେ। ଏହାଙ୍କର ପୌରବୀ, ରୋହଣୀ, ମନ୍ଦିରା, ଧରା, ବୈଶାଶୀ, ଭଦ୍ରା, ସୁନାମ୍ନୀ ସହଦେବା, ଶାନ୍ତିଦେବା, ସୁଦେବା, ଦେବରକ୍ଷିତା ଓ ଦେବକୀ ନାମରେ 12 ଜଣ ଭାର୍ଯ୍ୟା ଥିଲେ। ଏହାଙ୍କ ଛଡ଼ା ସୁତନୁ ଓ ବଡ଼ବା ନାମରେ ଦୁଇ ଦାସୀ ଥିଲେ। ରୋହଣୀଙ୍କ ଗର୍ଭରୁ ବଳରାମ ଓ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜାତ ହୋଇଥିଲେ। ପାଣ୍ଡବ ମାତା କୁନ୍ତୀ ଏହାଙ୍କ ଭଉଣୀ ଥିଲେ—ହି. ଶ.।] — [ଦ୍ର—ବସୁଦେବ ଯଦୁବଂଶର ଶୂରକୁଳର ରାଜା ଦେବମୀଢ଼ ଓ ତାଙ୍କ ପତ୍ନୀ ମାରିଷଙ୍କଠାରୁ ଜନ୍ମି ଥିଲେ ଏ ଜନ୍ମିବା ସମୟରେ ସ୍ୱର୍ଗରୁ ଦୁନ୍ଦୁଭି ଶବ୍ଦ ଶୁଣାଯାଇଥିଲା ଏଥିଯୋଗୁଁ ଏହାଙ୍କର ଏକ ନାମ ଆନକଦୁନ୍ଦଭି ଏ ପିତାଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଏହାଙ୍କର ପୌରବୀ, ରୋହଣୀ, ମନ୍ଦିରା, ଧରା, ବୈଶାଶୀ, ଭଦ୍ରା, ସୁନାମ୍ନୀ ସହଦେବା, ଶାନ୍ତିଦେବା, ସୁଦେବା, ଦେବରକ୍ଷିତା ଓ ଦେବକୀ ନାମରେ12ଜଣ ଭାର୍ଯ୍ୟା ଥିଲେ ଏହାଙ୍କ ଛଡ଼ା ସୁତନୁ ଓ ବଡ଼ବା ନାମରେ ଦୁଇ ଦାସୀ ଥିଲେ ରୋହଣୀଙ୍କ ଗର୍ଭରୁ ବଳରାମ ଓ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜାତ ହୋଇଥିଲେ ପାଣ୍ଡବ ମାତା କୁନ୍ତୀ ଏହାଙ୍କ ଭଉଣୀ ଥିଲେ—ହି. ଶ.]
  • ସଂ. ବି — ( 6 ଷ୍ଠୀ ତତ୍; ବସୁ=ଧନ+ଦେବ=ଦେବତା) କୁବେର — (6ଷ୍ଠୀ ତତ୍; ବସୁ=ଧନ+ଦେବ=ଦେବତା) କୁବେର— . God of riches
  • ସଂ. ବି — (ନାମ) ବସୁଭୂତି ରାଜାଙ୍କର ଅମାତ୍ୟ ଓ ପରେ ତାଙ୍କୁ ହତ କରି ସିଂହାସନରେ ବସିଥିବା ରାଜା (ହି. ଶ) — Name of a king of ancient India
  • ସଂ. ବି — (ବହୁବ୍ରୀହି) ଧନିଷ୍ଠା ନକ୍ଷତ୍ର (ହି. ଶ.) — The 23rd asterism