ବସିବା Basibā
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — ଉପବେଶନ କରିବା — To sit; to take one's seat
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — ଶରୀରର ନିମ୍ନାର୍ଦ୍ଧକୁ ଭୂମିରେ ସ୍ଥାପନ କରି ଉପବିଷ୍ଟ ହେବା — To squat
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — ଅବସ୍ଥାନ କରିବା; ରହିବା — To stay
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — ଯେ ଯାହାର ବସାରେ ସୁଖରେ ବସିଲେ ଦମୟନ୍ତୀଠାରେ ମାନସ ନିବେଶିଲେ— କୃଷ୍ଣସିଂହ, ମହାଭାରତ ବନ।
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — ବିଶ୍ରାମ କରିବା — To take rest
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — (ଯଥା—ଦିନଯାକ ମିହନ୍ତ କରି କରି ବସିବାକୁ ମତେ ଫୁରୁସେତ୍ ନାହିଁ।)
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — ଅପେକ୍ଷା କରିବା — To wait
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — ନିଷ୍କର୍ମା ହୋଇ ରହିବା — To sit idle
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — (ଯଥା—ଦରମା ନେଇ କିଛି କାମ ନ କରି ତୁ କେତେ ଦିନ ଯାକେ ବସିବୁ?)
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — ଘନୀଭୂତ ହେବା; ଜମାଟ ହେବା — To coagulate to be congealed; to curdle; to thicken
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — (ଯଥା—ଥଣ୍ଡା ହେତୁ ଘିଅ ବସିଗଲା)
- ଦେ. କ୍ରି. (ସଂ. ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ) — ଭୂମିରେ ଚଉରସ ହୋଇ ସଂଲଗ୍ନ ହେବା — To be set firmly on the ground