ବନଫ୍ସା Banaph-sā

  • ବୈଦେ. ବି. (ଫା) — କାଶ୍ମୀର ଓ ହିମାଳୟ ଅଞ୍ଚଳର ଶାକ— ବିଶେଷ — Wild violet; Viola Odorota
  • ବୈଦେ. ବି. (ଫା) — [ଦ୍ର—ଏ ଗଛ ଉଚ୍ଚରେ ହାତେ ବଢ଼େ; ଏଥିର କାଣ୍ଡରୁ ବହୁତ ଛୋଟ ଶାଖା ବାହାରେ; ଶାଖାର ଅଗରେ ବାଇଗଣୀ ବା ନୀଳ ବର୍ଣ୍ଣ ସୁଗନ୍ଧ ଫୁଲ ଫୁଟେ। ଏଥିର ପତ୍ର ଡାଳିମ୍ବ ପତ୍ର ପରି । ଏଥିର ଚେର, ପତ୍ର ଓ ଫୁଲକୁ ହକୀମ୍ (ମୁସଲମାନ ବୈଦ୍ୟ)ମାନେ ଔଷଧରେ ବ୍ୟବହାର କରନ୍ତି । ଏଥିର ଫୁଲ ଖାଇଲେ ଖୁବ୍ ପ୍ରସ୍ରାବ ହୁଏ । ଫୁଲ ଓ ଚେର ବମନକାରକ— ହି. ଶବ୍ଦସାଗର ।]