ବଜାଇବା Bajāibā

  • ଦେ. କ୍ରି. (ସଂ. ବାଦନ) — ବାଜିବା କ୍ରିୟାର ଣିଜନ୍ତ ରୂପ — The causative form of 'Bājibā.'
  • ଦେ. କ୍ରି. (ସଂ. ବାଦନ) — ଶବ୍ଦାୟମାନ କରାଇବା — To cause a sound by beating
  • ଦେ. କ୍ରି. (ସଂ. ବାଦନ) — ବାଦ୍ୟାଦି ବାଦନ କରିବା — To play on a musical instrument; to strike a musical instrument
  • ଦେ. କ୍ରି. (ସଂ. ବାଦନ) — ନାନା ଜାତି ବୀର ବାଜଣା ବଜାଇଲେ। କୃଷ୍ଣସିଂହ. ମହାଭାରତ. ସଭା।
  • ଦେ. କ୍ରି. (ସଂ. ବାଦନ) — ସ୍ପର୍ଶ କରିବା — To touch
  • ଦେ. କ୍ରି. (ସଂ. ବାଦନ) — ବଜାଇ ଦେବୁ କି ଆରେ ରସନା। କବିସୂର୍ଯ୍ୟ ସଙ୍ଗୀତ।
  • ଦେ. କ୍ରି. (ସଂ. ବାଦନ) — ଆଘାତ କରିବା — To strike
  • ଦେ. କ୍ରି. (ସଂ. ବାଦନ) — ପ୍ରହାର କରିବା; ମାରିବା — To beat; to give a blow
  • ଦେ. କ୍ରି. (ସଂ. ବାଦନ) — ବିନ୍ଧିଲେ ସାୟକକୁ ଦେହକୁ ବଜାଇ। କୃଷ୍ଣସିଂହ ମହାଭାରତ ବନ।