ପୁଟା Puṭā
- ଦେ. ବି. (ସଂ. ପୁଟ ଧାତୁ; ସଂ. ପୁଟ=ଥଳି; ପେଟ ଭିତରର ଥଳି) — ଅନ୍ତବୁଜୁଳା; ଗର୍ଭସ୍ଥ ଅନ୍ତ୍ରାଦି — Bowels; intestine; entrails; viscera
- ଦେ. ବି. (ସଂ. ପୁଟ ଧାତୁ; ସଂ. ପୁଟ=ଥଳି; ପେଟ ଭିତରର ଥଳି) — କାହାର ହାତୀ ଗୋଡ଼ ଘାତରେ ପୁଟାଟା ପେଟରୁ ବାହାରିଲା ହୋଇଣ ମେଞ୍ଚାଟା। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି. (ସଂ. ପୁଟ ଧାତୁ; ସଂ. ପୁଟ=ଥଳି; ପେଟ ଭିତରର ଥଳି) — ଫୁସ୍ ଫୁସ୍ ଯନ୍ତ୍ର — Lungs
- ପ୍ରାଦେ. (ବସ୍ତର) ବି (ସଂ. ପୁଟ) — ବାଉଁଶିଆ — A small basket