ପିଠିଆ Piṭhiā

  • ଦେ. ବି — କଳା ପିଠିଆ; କଳା ବେଠିଆ, ଜଗନ୍ନାଥଙ୍କ ରଥ ଟାଣିବା ଲୋକ — Puller of the car of Jagannātha
  • ସଂ. ବିଣ. ପୁଂ — ସର୍ବଦା ମାଡ଼ ଗାଳି ଖାଇ ଖାଇ ଗୟାଁ ହେବାରୁ ଯେ ମାଡ଼ ଗାଳି ଆଦିକୁ ଖାତର କରେ ନାହିଁ — Not caring for rebukes or thrashing (being babituated to rebukes or thrashings)
  • ସଂ. ବିଣ. ପୁଂ — ପୃଷ୍ଠଯୁକ୍ତ (ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — Having back like
  • ସଂ. ବିଣ. ପୁଂ — (ଯଥା—ପଲଙ୍କ ପିଠିଆ।)
  • ସଂ. ବିଣ. ପୁଂ — (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ) ପିଠି ବୁଲାଇଥିବା — Having one's back towards
  • ସଂ. ବିଣ. ପୁଂ — (ଯଥା—ଖରା ପିଠିଆ ହୋଇ ବସିବା।)
  • ସଂ. ବିଣ. ପୁଂ — (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ) ପିଠିରେ କାର୍ଯ୍ୟ କରିବା — Carrying on different works with the back
  • ସଂ. ବିଣ. ପୁଂ — (ଯଥା—ଦି ପିଠିଆ ବଳଦ ଅର୍ଥାତ୍ ଯେଉଁ ବଳଦ ଶଗଡ଼ ଓ ହଳରେ ଲାଗେ।)
  • ପ୍ରାଦେ. (ସମ୍ବଲପୁର) ବିଣ — ଅନୁଜ; କନିଷ୍ଠ (ଭାଇ) — Younger (brother)