ପାରକ Pāraka

  • ସଂ. ବିଣ. ପୁଂ (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଅକ) — ଚତୁର — Clever
  • ସଂ. ବିଣ. ପୁଂ (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଅକ) — ପାରଗ; ପାରଙ୍ଗମ; ନିପୁଣ; ଦକ୍ଷ; ପଟୁ — Expert; skilful; able
  • ସଂ. ବିଣ. ପୁଂ (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଅକ) — ଯାହା ଅପର ପାରକୁ ନିଏ — Ferrying across
  • ସଂ. ବିଣ. ପୁଂ (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଅକ) — ପୂରକ — One who fills up; filling up
  • ସଂ. ବିଣ. ପୁଂ (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଅକ) — ଯାହା ଅନ୍ୟପାରିକୁ ପାରି ହେବାକୁ ସମର୍ଥ କରେ — Enabling to cross
  • ସଂ. ବିଣ. ପୁଂ (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଅକ) — ରକ୍ଷକ; ପାଳନକାରୀ; ପାଳକ — Protecting
  • ସଂ. ବିଣ. ପୁଂ (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଅକ) — ଉଦ୍ଧାରକାରୀ — Saving; delivering
  • ସଂ. ବିଣ. ପୁଂ (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଅକ) — ସନ୍ତୋଷଜନକ — Pleasing; satisfying (Apte)
  • ଦେ. ବି. (ସଂ. ପରୀକ୍ଷକ) — ଦେବ ମନ୍ଦିରର ସେବକବିଶେଷ — A class of temple servants
  • ଦେ. ବି. (ସଂ. ପରୀକ୍ଷକ) — [ଦ୍ର—ଯେଉଁ ସେବକ ପ୍ରଥମେ ଆସି ମନ୍ଦିରର କବାଟର ଜଉମୁଦ ପରୀକ୍ଷା କଲା ପରେ କବାଟ ଫିଟେ।]
  • ଗ୍ରା. ବି.—(ସଂ. ପାଳକ; ଇତର ବ୍ୟବହୃତ 'ଳ' ସ୍ଥାନରେ 'ର' ଉଚ୍ଚାରଣ) ପାଳକ; ସୁସମୟ — The state of favourable weather for a bumper crop
  • ଗ୍ରା. ବି.—(ସଂ. ପାଳକ; ଇତର ବ୍ୟବହୃତ 'ଳ' ସ୍ଥାନରେ 'ର' ଉଚ୍ଚାରଣ) ସୁଯୋଗ — Good opportunity