ପାପ୍ଡ଼ି Pāp-rḍ̠i

  • ପ୍ରାଦେ. (ଗଡ଼ଜାତ) ବି.—(ସଂ. ପର୍ପଟ) — କନ୍ଧମାଳ ଜଙ୍ଗଲର ଏକପ୍ରକାର ବଣୁଆ ଗଛର ମୂଳକୁ ବା କନ୍ଦାକୁ ଚେକା ଚେକା ପତଳା କରି କାଟି ଶୁଖାଇ କରାଯିବା— ପରିବା — A kind of kitchen vegetable cosisting of thin bits sliced from the root of a wild tree
  • ପ୍ରାଦେ. (ଗଡ଼ଜାତ) ବି.—(ସଂ. ପର୍ପଟ) — [ଦ୍ର—ଏହକୁ ସିଝାଇ ତରକାରି କରି ଖିଆ ଯାଏ ଓ ଗୁଡ଼ ସଙ୍ଗେ ପାଗ କରି ଉଖୁଡ଼ା କରି ଖିଆ ଯାଏ। କନ୍ଧମାନେ ଏହାକୁ ହାଟକୁ ବିକିବାକୁ ଆଣନ୍ତି ଓ ଟୋକେଇଦରିଆ ଦାମରେ ବିକନ୍ତି।]
  • ଦେ. ବି. — ପାପଡ଼ି (ଦେଖ) — Pāpaṟḍ̠i (See)