ପାଗିବା Pāgibā

  • ଦେ. କ୍ରି—(ସଂ. ପାକ) — (ଅକର୍ମକ) ଖୁବ୍ ବର୍ଷା ପରେ କ୍ଷେତ୍ରରୁ ପାଣି ମରିଯାଇ ତାହା ଚାଷ ହେବାର ଓ ବୁଣା ହେବାର ଉପଯୁକ୍ତ ହେବା — (a field) To become fit for ploughing and sowing seeds after a shower
  • ଦେ. କ୍ରି—(ସଂ. ପାକ) — (ଅକର୍ମକ) କଞ୍ଚା ନଡ଼ିଆ ଶୁଖାଯାଇ ବ୍ୟବହାର ବା ବାଣିଜ୍ୟ ପାଇଁ ଉପଯୁକ୍ତ ହେବା — (cocoanut) To become fit for use
  • ଦେ. କ୍ରି—(ସଂ. ପାକ) — (ଅକର୍ମକ) କୌଣସି ଦ୍ରବ୍ୟରୁ ଅତିରିକ୍ତ ଜଳ ଶୁଖିଯିବାଦ୍ୱାରା ତାହା ବ୍ୟବହାରର ଉପଯୋଗୀ ହେବା — (any article) To become fit for use after the water in it has dried up
  • ଦେ. କ୍ରି—(ସଂ. ପାକ) — (ସକର୍ମକ) ଖଇ ଆଦିକୁ ଗୁଡ଼ ବା ଚିନିର ଶିରାରେ ପୁଆଇବା — To season fried grains in boiling syrup
  • ପ୍ରାଦେ (ବାଲେଶ୍ୱର) କ୍ରି — (ଗାଈ) ବତର ପଡ଼ିବା; ଋତୁମତୀ ହେବା — (a cow) To be in heat