ନିଷାଦ Nishāda
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — ବେଣ ରାଜାଙ୍କ ଶରୀରରୁ ଜାତ ନୀଚ ଜାତି ବିଶେଷ — A low caste said to have sprung from the body of king Beṇa
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — [ଦ୍ର—ଭାଗବତ ଚତୁର୍ଥସ୍କନ୍ଧ ଚତୁର୍ଦଶ ଅଧ୍ୟାୟରେ ନିଷାଦମାନଙ୍କ ପୂର୍ବ କାହାଣୀ ବର୍ଣ୍ଣିତ ହୋଇଅଛି । ବେଣ ନାମକ ଜଣେ ଅତି ଦୁଷ୍ଟ ରାଜା ବ୍ରାହ୍ମଣମାନଙ୍କ ଅଭିଶାପରେ ମୃତ ହେଲା ପରେ ବ୍ରାହ୍ମଣମାନେ ତାଙ୍କ ଶବକୁ ମନ୍ଥନ କରିବାରୁ ତହିଁରୁ ପ୍ରଥମେ ଗୋଟିଏ ଭୟଙ୍କର ପୁରୁଷ ଉତ୍ପନ୍ନ ହେଲା । ତାହାଙ୍କ ରୂପ ଓ ଆଚରଣ ଦେଖି ସେ ରାଜା ହେବାର ଅନୁପଯୁକ୍ତ ମନେ କରି ବ୍ରାହ୍ମଣମାନେ କହିଲେ ତୁମ୍ଭେ ବଣକୁ ଯାଇ ସେଠାରେ ବାସ କର । ବ୍ରାହ୍ମଣମାନେ ତାଙ୍କୁ କହିଲେ ନିଷୀଦ—ଏଥିରୁ ତାହାଙ୍କ ନାମ ହେଲା ନିଷାଦ ଓ ଏହାଙ୍କ ବଂଶଧରମାନେ ନିଷାଦ ନାମରେ ପରିଚିତ ହେଲେ ।]
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — ଭାରତ ପ୍ରାଚୀନ ଅନାର୍ଯ୍ୟ ଜାତିବିଶେଷ — Name of an aboriginal non-aryan tribe described as fishermen., hunters and robbers
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — [ଦ୍ର—ଏମାନଙ୍କ ବ୍ୟବସାୟ ମାଛ ମାରିବା, ଶିକାର ଓ ଚୋରି କରିବା । ଆର୍ଯ୍ୟମାନଙ୍କର ଭାରତ ଆଗମନ ପୂର୍ବେ ଏମାନେ ଭାରତର ଆଦିମ ନିବାସୀ ଥିଲେ ।]
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — ଶୁଦ୍ର ଔରସରେ ବ୍ରାହ୍ମଣୀ ଗର୍ଭଜାତ ଜାତିବିଶେଷ; ଚଣ୍ଡାଳ — A low caste people considered as very degraded
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — [ଦ୍ର—ଏମାନେ ପତିତ ବୋଲି ବିବେଚିତ।]
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — କିରାତ; ବ୍ୟାଧ; ଶିକାରୀ — A hunter
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — ଧୀବର ଜାତିବିଶେଷ — A fisherman caste
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — ସପ୍ତସ୍ୱରାନ୍ତର୍ଗତ ଶେଷ ସ୍ୱର—'ନି' — The seventh note in the musical gamut
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — ହସ୍ତୀର ବୃଂହିତ ସ୍ୱର — Sound resembling the braying of an elephant
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — ରାମାୟଣ ଓ ମହାଭାରତରେ ଉଲ୍ଲିଖିତ ଦେଶବିଶେଷ — Name of a country of ancient India
- ସଂ. ବି. ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ) — [ଦ୍ର—ସଂଭବତଃ ରାମାୟଣୋକ୍ତ ଶୃଙ୍ଗବେରପୁର ଏ ରାଜ୍ୟର ରାଜଧାନୀ ଥିଲା—ହି. ଶ.]