ନାସି Nāsi
- ଦେ. ବି. (ସଂ. ନାସା) — ଫୁଲର ବା ଫଳର ନାଡ଼ — The stalk of a fruit or flower
- ଦେ. ବି. (ସଂ. ନାସା) — ବେତ ବା କିଆ ଆଦିର ବଙ୍କା କଣ୍ଟା — The hooked thorn of the cane creeper, the screwpine leaf etc
- ଦେ. ବି. (ସଂ. ନାସା) — ପର୍ବତାଦିର ଭୂପୃଷ୍ଠସଂଲଗ୍ନ କ୍ରମସୂକ୍ଷ୍ମ ଅଂଶ, ଯାହା ବେଳେ ବେଳେ ସମୁଦ୍ର ବା ହ୍ରଦମଧ୍ୟକୁ ପଶିଯାଇଥାଏ — The nose or Projecting end of a mountain
- ଦେ. ବି. (ସଂ. ନାସା) — ନୀଳ ଅଙ୍ଗ ତୋର ଚିତ୍ର ଅନ୍ତରାଳେ ନାସି ନଳବନ ଶୈଳଦ୍ୱୀପ ମାଳେ। ରାଧାନାଥ. ଚିଲିକା।
- ଦେ. ବି. (ସଂ. ନାସା) — ଅନ୍ତରୀପ — A cape; a projecting point
- ଦେ. ବି. (ସଂ. ନାସା) — ଶଗଡ଼ଚକରେ ଲାଗିଥିବା ଲୁହାଖଣ୍ଡ — A piece of iron attached to the cart wheel
- ଦେ. ବି. (ସଂ. ନାସା) — ଦଉଡ଼ିର ଅଗରେ ବଳକା ଥିବା ସରୁ ଅଂଶ — The thin excrescent end of a rope
- ଦେ. ବି. (ସଂ. ନାସା) — ପ୍ରଦୀପର ଅଗ୍ରଭାଗରେ ଜଳି ସାରିଥିବା ସଳିତାର ଅଂଶ — The burnt end of a wick
- ଦେ. ବି. (ସଂ. ନାସା) — ଜଳାଶୟର କ୍ରମସୂକ୍ଷ୍ମ କୋଣ — Creek of a lake
- ଦେ. ବି. (ସଂ. ନାସା) — ଫଳ ଫୁଲର ଡେମ୍ଫ — Stalk of a fruit or flower