ନରଗିସ୍ Naragis
- ବୈଦେ. ବି (ଫା) — ଏକପ୍ରକାର ଧଳା ସୁଗନ୍ଧ ଫୁଲ — Narcissus
- ବୈଦେ. ବି (ଫା) — [ଦ୍ର—ଏଥିରେ ଗଛ ଓ ପତ୍ର ପିଆଜଗଛ ଓ ପତ୍ରପରି। ଏଥିର ମୂଳରେ ପିଆଜପରି ପିଣ୍ଡ ଥାଏ। ଏଥିରେ କଟରାପରି ଧଳା ସୁଗନ୍ଧ ଫୁଲ ଧରେ ଓ ସେଥିରେ କଳା ଟୋପାମାନ ଥାଏ। ପାରସୀକ କବିମାନେ ଏ ଫୁଲ ସଙ୍ଗେ ସ୍ତ୍ରୀମାନଙ୍କର ସୁନ୍ଦର ଆଖିକୁ ତୁଳନା କରନ୍ତି—ହି. ଶବ୍ଦସାଗର।]