ଦଣ୍ଡବତ Daṇḍabata
- ଦେ. ବି. (ସଂ. ଦଣ୍ଡବତ୍) — ଦଣ୍ଡ ପରି ଭୂମିରେ ପଡ଼ି ପ୍ରଣାମ; ସାଷ୍ଟାଙ୍ଗ ପ୍ରଣିପାତ — Making obeisance by lying prostrate on the ground
- ଦେ. ବି. (ସଂ. ଦଣ୍ଡବତ୍) — ଏହା ଶୁଣି ସେ ସାତ କନ୍ଯା ଋଷି ପାଦେ, ଦଣ୍ଡବତ କରିଣ ଅତ୍ୟନ୍ତ ପ୍ରମୋଦେ। କୃଷ୍ଣସିଂହ. ମହାଭାରତ, ଅନୁଶାସନ
- ଅ — ପ୍ରଣାମ ବା ନମସ୍କାରସୂଚକ ସମ୍ବୋଧନ — (interjection) A greeting indicating obeisance; I bow to thee
- ଅ — [ଦ୍ର—ଦଣ୍ଡବତ ସହସ୍ରାଣି ଖଡ଼ା ପତ୍ର ନଦୀୟତେ— ଅଶୁଦ୍ଧ ସଂସ୍କୃତ ବ୍ୟଙ୍ଗ ବଚନ। ଯେଉଁ ଲୋକ ମୁହଁରେ ଭକ୍ତି କରେ ମାତ୍ର ଭକ୍ତିର ନିଦର୍ଶନସ୍ୱରୂପ କିଛି ଉପହାର ନ ଦିଏ ତାହାପ୍ରତି ଏହି ବ୍ୟଙ୍ଗୋକ୍ତି ପ୍ରଯୁଜ୍ୟ ହୁଏ। ଏଥିର ମର୍ମ ଏହି ଯେ—ସୂଚିତ ବ୍ଯକ୍ତିଙ୍କର 'ଦଣ୍ଡବତରେ ସୀମା ନାହିଁ, କିନ୍ତୁ ଖଡ଼ା ପତ୍ର ପରି ସାମାନ୍ୟ ବସ୍ତୁ ମଧ୍ୟ ଦେବାପାଇଁ କୁଣ୍ଠିତ।]