ଦଣ୍ଡପାଟ Daṇḍapāṭa

  • ଦେ. ବି — ରାଜ୍ୟର ଅଂଶବିଶେଷ; ଜିଲ୍ଲା ବା ସବ୍ଡିଭିଜନ୍; ଓଡ଼ିଶାର ପୂର୍ବକାଳର ଶାସନ ବିଭାଗ— ବିଶେଷ — A kind of an administrative division or circle in ancient Orissa
  • ଦେ. ବି — [ଦ୍ର—ହିନ୍ଦୁ ରାଜାମାନଙ୍କ ରାଜତ୍ୱକାଳରେ ପ୍ରାଚୀନ ଉତ୍କଳ କେତେଗୁଡ଼ିଏ ବଡ଼ ବଡ଼ ରାଜସ୍ୱ ବା ଶାସନ ବିଭାଗରେ ବିଭକ୍ତ ହୋଇଥିଲା। ପ୍ରତ୍ୟେକର ନାମ ଦଣ୍ଡପାଟ। ଦଣ୍ଡପାଟ କେତେଗୁଡ଼ିଏ ପ୍ରଗନ୍ନାର ସମଷ୍ଟି। ଏହା ଆଧୁନିକ ସବ୍ଡିଭିଜନ୍।]
  • ଦେ. ବି — ତନ୍ତିଜାତିବିଶେଷ — Name of a caste of weavers (Howells)
  • ପ୍ରାଦେ. (ସିଂହଭୂମି) ବି — ପ୍ରଧାନ ସେନାପତି — 3. Commander-in-chief