ଥାପିବା Thāpibā

  • ଦେ. କ୍ରି (ସ୍ଥା ଧାତୁ ଣିଜନ୍ତ=ସ୍ଥାପି ଧାତୁ) — ସ୍ଥାପନ କରିବା — To place
  • ଦେ. କ୍ରି (ସ୍ଥା ଧାତୁ ଣିଜନ୍ତ=ସ୍ଥାପି ଧାତୁ) — ଏହା କହି ଚିତାଗ୍ନି ସ୍ଥାପି ମାଦ୍ରୀ ନାରୀ ପାଣ୍ଡୁଙ୍କୁ ଘେନି ତହିଁ ପଶି ଗଲେ ମରି—କୃଷ୍ଣସିଂହ. ମହାଭାରତ. ଆଦି।
  • ଦେ. କ୍ରି (ସ୍ଥା ଧାତୁ ଣିଜନ୍ତ=ସ୍ଥାପି ଧାତୁ) — ପ୍ରତିଷ୍ଠା କରିବା — To set up
  • ଦେ. କ୍ରି (ସ୍ଥା ଧାତୁ ଣିଜନ୍ତ=ସ୍ଥାପି ଧାତୁ) — ସ୍ଥାନ ଭିଆଇ ଦେବ ଅର୍ଥେ, ଶୁଣ ତୁ ଥାପିଲେ ଯେମନ୍ତେ—ଜଗନ୍ନାଥ. ଭାଗବତ।
  • ଦେ. କ୍ରି (ସ୍ଥା ଧାତୁ ଣିଜନ୍ତ=ସ୍ଥାପି ଧାତୁ) — ବସାଇବା — To establish; to place
  • ଦେ. କ୍ରି (ସ୍ଥା ଧାତୁ ଣିଜନ୍ତ=ସ୍ଥାପି ଧାତୁ) — ସ୍ଥିର କରିବା — To settle
  • ଦେ. କ୍ରି (ସ୍ଥା ଧାତୁ ଣିଜନ୍ତ=ସ୍ଥାପି ଧାତୁ) — କିନ୍ନରେ ରାଗ ଥାପି ଗୀତକୁ ଗାଇଲେ—କୃଷ୍ଣସିଂହ. ମହାଭାରତ. ସଭା।
  • ଦେ. କ୍ରି (ସ୍ଥା ଧାତୁ ଣିଜନ୍ତ=ସ୍ଥାପି ଧାତୁ) — ସ୍ଥାପିତ କରିବା — To plant
  • ଦେ. କ୍ରି (ସ୍ଥା ଧାତୁ ଣିଜନ୍ତ=ସ୍ଥାପି ଧାତୁ) — ଗୋବର, କାଦୁଅ ଆଦିର ବିଣ୍ଡାକୁ ହାତରେ ବା ଛାଞ୍ଚରେ ଚଟକା କରି କାନ୍ଥରେ ବା ଭୂମିରେ ବସାଇବା — To set balls of cowdung or clay on the ground or wall by flattening them with the palm
  • ପ୍ରାଦେ (ସମ୍ବଲପୁର) କ୍ରି — ଢାପିବା (ଦେଖ) — Ḍhāpibā (See)