ତିନିଶ Tiniṡa
- ସଂ. ବି — ବନ୍ୟତରୁବିଶେଷ; ବାନ୍ଧଣ ଗଛ — A timber-wood tree; Ougenia Dalborgioides
- ସଂ. ବି — [ଦ୍ର—ଏହାର କାଠ ଭାରି କଠିନ ଓ ପୋଡ଼ା ଇଟା ପରି ଫକା ନାଲି ବର୍ଣ୍ଣ। ଏହି କାଠ ଦ୍ୱାରା ଶଗଡ଼ର ଚକ ଓ ଅଖ ଆଦି ହୁଏ । ଏଣୁ ଏହାର ସଂସ୍କୃତ ନାମାନ୍ତର—ସ୍ୟନ୍ଦନ, ନେମୀ ଓ ରଥଦ୍ରୁ। ଏହାର ଫୁଲ ଧଳା ଓ ପେନ୍ଥା ପେନ୍ଥା ହୁଏ; ଫଳ ଛୁଇଁ ପରି । ବସନ୍ତକାଳରେ ଗଛର ପତ୍ର ଝଡ଼ି ପଡ଼େ ଓ ନୂଆ ପତ୍ର କଅଁଳେ । ବଣରେ ଏକତ୍ର ଅନେକ ଗଛ ଉଠେ ବୋଲି ଏହାର 'ତିନିଶ' ନାମ ହୋଇଅଛି । ଏହା ବିହାର, ଓଡ଼ିଶା ଓ ମଧ୍ୟଭାରତର ଜଙ୍ଗଲମାନଙ୍କରେ ଜନ୍ମେ । ବୈଦ୍ଯକ ମତରେ ଏହା କଫ, ପିତ୍ତ, ରକ୍ତଦୋଷ, କୁଷ୍ଠ, ପ୍ରମେହ, ଶ୍ୱିତ୍ର, ଦାହ, ବ୍ରଣ, ପାଣ୍ଡୂ ଓ କୃମିନାଶକ ।]