ତକ୍ଷକ Takshaka

  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — ସୂତ୍ରଧର; ବଢ଼େଇ — Carpenter
  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — ବିଶ୍ୱକର୍ମା — Biswakarmā the mythical divine architect
  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — ନାଟକର ସୂତ୍ରଧାର; ନାଟ୍ୟାଧ୍ୟକ୍ଷ — Stage-manager
  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — ପାତାଳର ଅଷ୍ଟନାଗ ମଧ୍ୟରେ ଏକ ନାଗ — One of the eight mythical serpents of the nether world
  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — [ଦ୍ର— ଏ କଶ୍ୟପଙ୍କ ଔରସରେ କଦ୍ରୁ ଗର୍ଭରୁ ଜାତ ଓ ସର୍ପରାଜ ବାସୁକିଙ୍କ ଭ୍ରାତା। ଖାଣ୍ଡବ ବନରେ ଏହାଙ୍କର ବାସ ଥିଲା। ଏ ପରୀକ୍ଷିତ ମହାରାଜାଙ୍କୁ ବ୍ରହ୍ମଶାପ ଅନୁସାରେ ଦଂଶନ କରିବାରୁ ପରୀକ୍ଷିତ ମୃତ ହେଲେ ଓ ତାଙ୍କ ପୁତ୍ର ଜନମେଜୟ ସର୍ପଯଜ୍ଞ କରି ସର୍ପକୁଳ ନିର୍ମୂଳ କରିବାକୁ ଉଦ୍ୟତ ହେବାରୁ ତକ୍ଷକ ଆସ୍ତିକ ମୁନିଙ୍କ ଚେଷ୍ଟାରେ ଉକ୍ତ ଯଜ୍ଞାଗ୍ନିରେ ନ ପଡ଼ି ରକ୍ଷା ପାଇଥିଲେ।]
  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — ଏଣ୍ଡୁଅ — Chameleon
  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — ଏଣ୍ଡୁଅ ପରି ଏକପ୍ରକାର ପକ୍ଷଯୁକ୍ତ ଜୀବ — The flying lizard; dragon; Draco Volans
  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — [ଦ୍ର—ଏମାନେ ଉଡ଼ି ବୁଲନ୍ତି ଓ ରାତିରେ ବିକଟ ଚିତ୍କାର କରନ୍ତି। ସେହି ଚିତ୍କାରର ଧ୍ୱନି 'ତକ୍ଷକ' 'ତକ୍ଷକ' ପରି ଶୁଭେ। ଏମାନେ ପରସ୍ପର କାମୁଡ଼ାକାମୁଡ଼ି ହୁଅନ୍ତି।]
  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — ଦେହ ମଧ୍ୟସ୍ଥ ଦଶ ବାୟୁ ମଧ୍ୟରୁ ଏକ; ନାଗ ବାୟୂ — One of the ten airs inside the human body
  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — [ଦ୍ର—ଶରୀର ମଧ୍ୟସ୍ଥ ଦଶ ବାୟୁ—ପ୍ରାଣ, ଅପାନ,ବ୍ୟାନ, ଉଦାନ, ସମାନ, ତକ୍ଷକ, ଧନଞ୍ଜୟ, ପୌଣ୍ଡ୍ରକ, ଦେବଦତ୍ତ ଓ ଶଙ୍ଖ।]
  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — ଭାଗବତୋକ୍ତ ପ୍ରସେନଜିତ୍ଙ୍କ ପୁତ୍ର — Name of the son of King Prasenajit
  • ସଂ. ବି. (ତକ୍ଷ୍ ଧାତୁ=କାଠ ଚାଞ୍ଛିବା+କର୍ତ୍ତୃ. ଅକ) — ସୂଚିକ ପିତା ଓ ବ୍ରାହ୍ମଣୀ ମାତାଙ୍କଠାରୁ ଉତ୍ପନ୍ନ ବର୍ଣ୍ଣ ସଙ୍କର ଜାତିବିଶେଷ (ହି. ଶବ୍ଦସାଗର) — Name of a class of half-caste Hindus