ଝିଟିକା Jhiṭikā
- ଦେ. ବି. (ସଂ. ଉଚ୍ଚିଙ୍ଗଟ; ଉଚ୍ଚିଟିଙ୍ଗ; ସଂ. ଝିରିକା) — ଲମ୍ବପଦ ବିଶିଷ୍ଟ ପତଙ୍ଗବିଶେଷ; ଶଲଭ; ଝିଣ୍ଟିକା
- ଦେ. ବି. (ସଂ. ଉଚ୍ଚିଙ୍ଗଟ; ଉଚ୍ଚିଟିଙ୍ଗ; ସଂ. ଝିରିକା) — [ଦ୍ର—ଏହି ଋତୁପତ୍ରୀ ଷଟ୍ପଦୀ ପତଙ୍ଗ ବୃକ୍ଷର ପତ୍ରଆଦି ଖାଇ ବୃକ୍ଷକୁ ପତ୍ରହୀନ କରନ୍ତି। ଏମାନେ ସମୟେ ସମୟେ ବହୁ— ସଂଖ୍ୟାରେ ଦଳବଦ୍ଧ ହୋଇ କୌଣସି କୌଣସି ଅଞ୍ଚଳର ସମସ୍ତ ଫସଲ ଓ ଗଛର ପତ୍ରକୁ ନଷ୍ଟ କରି ଦିଅନ୍ତି; ଏମାନେ ହିଁ ଝିଙ୍କାରୀ।]
- ପ୍ରାଦେ. (ଗଞ୍ଜାମ) ବି — ଝିଟ୍କା (ଦେଖ) — Jhit-kā (See)
- ପ୍ରାଦେ. (ଗଞ୍ଜାମ) ବି — ବର୍ଷା ପାଣିର ଛାଟ — The splash of diagonal shower of rain