ଝିଟିପିଟି Jhitipiṭi
- ଦେ. ବି. (ସଂ. ଜ୍ଯେଷ୍ଠୀ; ଚଟ୍ଟୁନୀ) — ପଲ୍ଲୀ ବା ଗୃହଗୋଧିକା; ଗୃହରେ ଥିବା ସରୀସୃପ ବିଶେଷ — The common house lizard; the house gecko; Hemidactylus
- ଦେ. ବି. (ସଂ. ଜ୍ଯେଷ୍ଠୀ; ଚଟ୍ଟୁନୀ) — [ଦ୍ର—ଏମାନଙ୍କର ମସ୍ତକ ମଣ୍ଡଳାକାର, ଅଙ୍ଗୁଳି ନଖବିଶିଷ୍ଟ; ଏମାନେ ଟକ୍ ଟକ୍ ଶବ୍ଦ କରନ୍ତି। ଶରୀରର ଭିନ୍ନଭିନ୍ନ ଅଙ୍ଗରେ ଏମାନେ ପଡ଼ିଲେ ତଦ୍ଦ୍ୱାରା ମଙ୍ଗଳକର ବା ଅମଙ୍ଗଳକର ଫଳ ଘଟେ ବୋଲି ଲୋକେ ବିଶ୍ୱସ କରନ୍ତି। ଏମାନେ କାନ୍ଥ ଉପରେ ସହଜରେ ଗତି କରନ୍ତି ଓ କାନ୍ଥରେ ବସିବା ପୋକ ଆଦି ଖାଆନ୍ତି; ଏମାନେ କାନ୍ଥଦେହରେ ପେଟ ଲଗାଇ 4 ଗୋଡ଼ଦ୍ୱାରା ଚାଲନ୍ତି; ବୈଦ୍ୟଶାସ୍ତ୍ରମତରେ ଏହାର ମାଂସ ଭକ୍ଷଣ କଲେ କୁଷ୍ଠ, ଉପଦଂଶ ଓ ଗଣ୍ଡମାଳା ବିନଷ୍ଟ ହୁଏ। ବ୍ରଜବନ୍ଧୁ, ଦ୍ରବ୍ଯଗୁଣ କଳ୍ପଦ୍ରୁମ।] — [ଦ୍ର—ଏମାନଙ୍କର ମସ୍ତକ ମଣ୍ଡଳାକାର, ଅଙ୍ଗୁଳି ନଖବିଶିଷ୍ଟ; ଏମାନେ ଟକ୍ ଟକ୍ ଶବ୍ଦ କରନ୍ତି ଶରୀରର ଭିନ୍ନଭିନ୍ନ ଅଙ୍ଗରେ ଏମାନେ ପଡ଼ିଲେ ତଦ୍ଦ୍ୱାରା ମଙ୍ଗଳକର ବା ଅମଙ୍ଗଳକର ଫଳ ଘଟେ ବୋଲି ଲୋକେ ବିଶ୍ୱସ କରନ୍ତି ଏମାନେ କାନ୍ଥ ଉପରେ ସହଜରେ ଗତି କରନ୍ତି ଓ କାନ୍ଥରେ ବସିବା ପୋକ ଆଦି ଖାଆନ୍ତି; ଏମାନେ କାନ୍ଥଦେହରେ ପେଟ ଲଗାଇ4ଗୋଡ଼ଦ୍ୱାରା ଚାଲନ୍ତି; ବୈଦ୍ୟଶାସ୍ତ୍ରମତରେ ଏହାର ମାଂସ ଭକ୍ଷଣ କଲେ କୁଷ୍ଠ, ଉପଦଂଶ ଓ ଗଣ୍ଡମାଳା ବିନଷ୍ଟ ହୁଏ ବ୍ରଜବନ୍ଧୁ, ଦ୍ରବ୍ଯଗୁଣ କଳ୍ପଦ୍ରୁମ]
- ଦେ. ବି. (ସଂ. ଜ୍ଯେଷ୍ଠୀ; ଚଟ୍ଟୁନୀ) — ଘର ଚାଳକ ଓଳିରେ ଥିବା ତୁଣ୍ଡାଟ ପଟାକୁ ଓ ଛଣଖାଇକୁ ସଂଯୋଗ କରିବା କ୍ଷୁଦ୍ର କ୍ଷୁଦ୍ର କାଷ୍ଠଖଣ୍ଡ — A small piece of wood joining the eaves-plate with the piece of a thatched roof; a bracket-like piece of wood attached to the eaves-plate to support the end-plate of a thatch to prevent it from falling down