ଜୟବିଜୟ Jaya-bijaya

  • ସଂ. ବି — ବିଷ୍ଣୁଙ୍କ ଦ୍ୱାରରକ୍ଷକଦ୍ୱୟ — Name of the two attendants or doorkeepers of Bishṇu
  • ସଂ. ବି — ପ୍ରତିହାରୀ ଜୟ ବିଜୟ ଛାଡ଼ି ଦେଲେ ସରଣୀ—ରାଧାନାଥ, ଚନ୍ଦ୍ରଭାଗା।
  • ସଂ. ବି — [ଦ୍ର—ଜୟ ଓ ବିଜୟ ସନକାଦି ଋଷିମାନଙ୍କୁ ହରିଦର୍ଶନରେ ବାଧା ଦେଇଥିଲେ, ଋଷିଙ୍କ ଶାପରେ ଏମାନେ ସତ୍ୟଯୁଗରେ ହିରଣ୍ୟାକ୍ଷ ଓ ହିରଣ୍ୟ କଶିପୁ (ମତାନ୍ତରରେ ମୁର ଓ ଦାରୁଣ), ତ୍ରେତାଯୁଗରେ ରାବଣ ଓ କୁମ୍ଭକର୍ଣ୍ଣ ଏବଂ ଦ୍ୱାପରଯୁଗରେ ଶିଶୁପାଳ ଓ ଦନ୍ତବକ୍ର (ମତାନ୍ତରରେ ଶିଶୁପାଳ ଓ ଶଲ୍ୟ) ରୂପେ ଜାତ ହୋଇ ନାରାୟଣଙ୍କ ଦ୍ୱାରା ନିଧନପ୍ରାପ୍ତ ହୋଇଥିଲେ]