ଛାୟାପଥ Chhāyāpatha
- ସଂ. ବି. (ମ. ପ. ଲୋ. କର୍ମଧାରୟ ସମାସ; ଛାୟାଯୁକ୍ତ ପଥ= ଛାୟା=ଦୀପ୍ତି+ପଥ) — ଶୋଭାଯୁକ୍ତ ପଥ; ରାତିରେ ଦେଖାଯିବା ନକ୍ଷତ୍ରପୁଞ୍ଜପୂର୍ଣ୍ଣ ପଥ ପରି ପ୍ରତୀୟମାନ ନଭୋମଣ୍ଡଳସ୍ଥ ତିରଶ୍ଚୀନ ଅଂଶବିଶେଷ; ସ୍ୱର୍ଗଗଙ୍ଗା — The milkyway; a bright belt seen across the sky in clear nights
- ସଂ. ବି. (ମ. ପ. ଲୋ. କର୍ମଧାରୟ ସମାସ; ଛାୟାଯୁକ୍ତ ପଥ= ଛାୟା=ଦୀପ୍ତି+ପଥ) — ଜ୍ୟୋତିଶ୍ଚକ୍ର ମଧ୍ୟବର୍ତ୍ତୀ ଅର୍ଦ୍ଧମଣ୍ଡଳକାର ପ୍ରଦେଶବିଶେଷ — A semicirular region in the zodiacal sphere
- ସଂ. ବି. (ମ. ପ. ଲୋ. କର୍ମଧାରୟ ସମାସ; ଛାୟାଯୁକ୍ତ ପଥ= ଛାୟା=ଦୀପ୍ତି+ପଥ) — ଜ୍ୟୋତିଶ୍ଚକ୍ର ମଧ୍ୟବର୍ତ୍ତୀ ମଣ୍ଡଳାକାର ନକ୍ଷତ୍ରଶ୍ରେଣୀ — A galaxy of stars in the zodiacal circle
- ସଂ. ବି. (ମ. ପ. ଲୋ. କର୍ମଧାରୟ ସମାସ; ଛାୟାଯୁକ୍ତ ପଥ= ଛାୟା=ଦୀପ୍ତି+ପଥ) — ଆକାଶ (ହି. ଶବ୍ଦସାଗର) — The sky