ଛାଞ୍ଚ Chhān̄cha

  • ଦେ. ବି. (ସଂ. ସଞ୍ଚ. ଏକତ୍ରୀକରଣ କିମ୍ବା ସଂ. ତ୍ୟ=ଆଦର୍ଶ; ସଂ. ନାମ. ସଂ. ଜାନ ଯୋଗେଶ୍ଚନ୍ଦ୍ର) — ପ୍ରତିମା ଆଦି ତିଆରି କରିବା ନିମନ୍ତେ ଆଉଟା ଧାତୁକୁ ଢାଳିବାର ନିର୍ଦ୍ଦିଷ୍ଟ ଆକାରର ପାତ୍ର — 1. A casting mould; mould; cast
  • ଦେ. ବି. (ସଂ. ସଞ୍ଚ. ଏକତ୍ରୀକରଣ କିମ୍ବା ସଂ. ତ୍ୟ=ଆଦର୍ଶ; ସଂ. ନାମ. ସଂ. ଜାନ ଯୋଗେଶ୍ଚନ୍ଦ୍ର) — ବିଶ୍ୱକାନ୍ତି ସାର ବୋଳି ଅବାମାର ଢାଳିଅଛି ପ୍ରେମ ଛାଞ୍ଚେ। ରାଧାନାଥ, ଯଯାତି।
  • ଦେ. ବି. (ସଂ. ସଞ୍ଚ. ଏକତ୍ରୀକରଣ କିମ୍ବା ସଂ. ତ୍ୟ=ଆଦର୍ଶ; ସଂ. ନାମ. ସଂ. ଜାନ ଯୋଗେଶ୍ଚନ୍ଦ୍ର) — କାଠ, ମାଟି ଓ ମହଣ ଆଦିରେ ନିର୍ମିତ ଆଦର୍ଶ — Type; model
  • ଦେ. ବି. (ସଂ. ସଞ୍ଚ. ଏକତ୍ରୀକରଣ କିମ୍ବା ସଂ. ତ୍ୟ=ଆଦର୍ଶ; ସଂ. ନାମ. ସଂ. ଜାନ ଯୋଗେଶ୍ଚନ୍ଦ୍ର) — (ସଂ. ସଞ୍ଚ) ଅଲେଖା ତାଳ ପତ୍ର ପୋଥି; ପୋଥି ଲେଖା ହେବା ପାଇଁ କଟା ହୋଇ ସଜ୍ଜିତ ହୋଇଥିବା ତାଳପତ୍ରଚୟ — Blank palm-leaves strung together and intended to be written upon; unwritten palm-leaves made in to one size and attached together (in which books are to be written)
  • ଦେ. ବି. (ସଂ. ସଞ୍ଚ. ଏକତ୍ରୀକରଣ କିମ୍ବା ସଂ. ତ୍ୟ=ଆଦର୍ଶ; ସଂ. ନାମ. ସଂ. ଜାନ ଯୋଗେଶ୍ଚନ୍ଦ୍ର) — ତଳେ ନାନାବିଧ ଚିତ୍ରବିଶିଷ୍ଟ ଛିଦ୍ର ଥିବା ମୁରୁଜର ଛାପା ବସାଇବାର ପାତ୍ର (ଏହା ତାଳ ପତ୍ରରେ ବା ମାଟିରେ ନିର୍ମିତ ହୁଏ) — A frame with its bottom perforated to represent various figures, through which white powders fall on the ground and describe various figures, when the frame is stamped or drawn on the ground
  • ଦେ. ବି. (ସଂ. ସଞ୍ଚ. ଏକତ୍ରୀକରଣ କିମ୍ବା ସଂ. ତ୍ୟ=ଆଦର୍ଶ; ସଂ. ନାମ. ସଂ. ଜାନ ଯୋଗେଶ୍ଚନ୍ଦ୍ର) — ଇଟା ତିଆରି କରିବା ପାଇଁ ବ୍ଯବହୃତ ବାକସ୍ ବା ଫର୍ମା — Brick-mould
  • ପ୍ରାଦେ. (ସିଂହଭୂମ) ଚି — ଚାଳର ଓଳି — The eaves of a thatch
  • ଗ୍ରା. ବି — ଟାପରା, ଥଟ୍ଟା — Jesting