ଚହଟିବା Chahaṭibā
- ଦେ. କ୍ରି — (ସୁଗନ୍ଧ) ପ୍ରକାଶିତ ହେବା; ମହକିବା — To diffuse; to fill the air (as a smell)
- ଦେ. କ୍ରି — ଅନୁକ୍ଷଣେ ସେ ପଦ୍ମ ବାସନା ଚହଟି। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।
- ଦେ. କ୍ରି — (ବିଷ) ମନୁଷ୍ୟ ଶରୀରରେ ବ୍ୟାପିବା — To diffuse through the system as a poison
- ଦେ. କ୍ରି — (ବିଦ୍ୟୁତ୍ ଆଦି) ଉଜ୍ଜ୍ୱଳରୂପେ ପ୍ରକାଶିତ ହେବା — To flash
- ଦେ. କ୍ରି — ସେ କରୁ ଉପୁଜି ଚହଟି ବିଦ୍ୟୁରାଜି ନରର ନୟନକୁ ଦେଉଥାନ୍ତି ବୁଜି। କୃଷ୍ଣସିଂହ, ମହାଭାରତ ବନ।
- ଦେ. କ୍ରି — (ଦିଗଦିଗନ୍ତ) ସୁବାସରେ ପୂର୍ଣ୍ଣ ହେବା — To be filled with (e.g. the air with a smell.)
- ଦେ. କ୍ରି — ପ୍ରକାଶିତ ହେବା; ପ୍ରକଟିତ ହେବା — To be opened to view; to be disclosed or revealed
- ଦେ. କ୍ରି — ବକ ପାଶରେ ଜଳଘାଟେ ବିଂଶାର କୁଳହିଁ ଚହଟେ। ଭଞ୍ଜ, ବୈଦେହୀଶବିଳାସ।
- ଦେ. କ୍ରି — (ମାଛ ଆଦି) ଉପରକୁ ଉଠିବା; ଉପୁଚି ଉଠିବା — To rise up to the surface; (e.g. as a fish in water)
- ଦେ. କ୍ରି — ମାଛର ଦେହ ଗୋଟି ପ୍ରବଳ ବଢ଼ିଲା, ଚହଟି ଖେଳିବାକୁ ଜଳ ନ ମିଳିଲା। କୃଷ୍ଣସିଂହ, ମହାଭାରତ, ବନ।