ଗୁଆଁରା Guāñrā

  • ଦେ. ବି. (ସଂ. ଗୋରାଣୀ) — ଏକପ୍ରକାର ଗୁଳ୍ମ ଓ ତାହାର ଛୁଇଁ — A kind of plant and its bean; Cyamopsis Tetragonoloba
  • ଦେ. ବି. (ସଂ. ଗୋରାଣୀ) — [ଦ୍ର—ଏହା ବାର୍ଷିକ ଗୁଳ୍ମ, ଏଥିର ଛୁଇଁ ଓ ମଞ୍ଜି କୋଳଥ ପରି ଚେପ୍ଟା; ଛୁଇଁ ତରକାରୀରେ ବ୍ଯବହୃତ ହୁଏ; ଏଥର ଛୁଇଁ ପେନ୍ଥା ପେନ୍ଥା ଫଳେ। ଗଛକୁ ଗୋମେଷାଦି ଖାଆନ୍ତି। ବୈଦ୍ୟକ ଅନୁସାରେ ଏଥିର ଛୁଇଁ ରେଚକ, ପିତ୍ତନାଶକ, ଦୀପକ, କଫକାରକ ଅଟେ ଏବଂ ପତ୍ର ଅନ୍ଧାରକଣା ଓ ପିତ୍ତ ରୋଗରେ ଉପକାରୀ— ହି. ଶବ୍ଦସାଗର।]