ଖାଲ୍ସା Khālsā
- ପ୍ରାଦେ. (ସମ୍ବଲପୁର) ବି. (ଆ. ଖାଲିସ୍=ଶୁଦ୍ଧ; ଯହିଁରେ କିଛି ମଇଳା ନାହିଁ; ତୁଳ ହି. ଖାଲ୍ସା=ଯହିଁରେ କେବଳ ଜଣକର ଅଧିକାର ଅଛି) — ଜମିଦାରଙ୍କ ଖାସ୍ ଦଖଲରେ ଥିବା ଜମି; ନିଜ୍ଜୋତ — Land in the khas possession of the Zamindar
- ପ୍ରାଦେ. (ସମ୍ବଲପୁର) ବି. (ଆ. ଖାଲିସ୍=ଶୁଦ୍ଧ; ଯହିଁରେ କିଛି ମଇଳା ନାହିଁ; ତୁଳ ହି. ଖାଲ୍ସା=ଯହିଁରେ କେବଳ ଜଣକର ଅଧିକାର ଅଛି) — ଗଭର୍ଣ୍ଣମେଣ୍ଟଙ୍କ ପ୍ରତ୍ୟକ୍ଷ ଅଧିକାରଭୁକ୍ତ ଜମି; ଖାସ୍ମାହାଲ — The Khasmahals; Government Estate
- ଦେ. ବି — ଶିଖସମ୍ପ୍ରଦାୟବିଶେଷ; ଶିଖମାନଙ୍କ ଦଳ — A community or company of the Sikhs
- ପ୍ରାଦେ. (ସମ୍ବଲପୁର) ବିଣ — ସରକାରୀ ଜମି — (Land) Belonging to the Government
- ପ୍ରାଦେ. (ସମ୍ବଲପୁର) ବିଣ — ଖାସ୍ମାହାଲ ସଂକ୍ରାନ୍ତ (ଜମି) — (Land) Appertaining to a Govt. Estate