ଖପୁରି Khapuri

  • ଦେ. ବି. (ସଂ. ଖର୍ପରୀ) — ମନୁଷ୍ୟମୁଣ୍ଡର କୋଳପା; ନର—କପାଳ; କରୋଟୀ — Human skull
  • ଦେ. ବି. (ସଂ. ଖର୍ପରୀ) — (ହାଣ୍ଡିଆଦିର) ତଳଅଂଶ; ଚକି — The bottom part (of an earthen pot)
  • ପ୍ରାଦେ. (ପୁରୀ) ବି — ପାଗୁଆଳି ହାଣ୍ଡି (ଦେଖ) — Pāguāḻi hāṇḍi (See)
  • ପ୍ରାଦେ. (ସିଂହଭୂମ) ବି — ତେଲଉଣି; ପଲମ; କଟାହାକାର ମୃତ୍ପାତ୍ର — Earthen lid for a pot used as frying pan
  • ପ୍ରାଦେ. (ସିଂହଭୂମ) ବି — ମାଟିରେ ବଡ଼ ମେଲାମୁହାଁ ହାଣ୍ଡି ବା ନଉତି — A big earthen pot having a wide mouth
  • ପ୍ରାଦେ. (ବାଲେଶ୍ୱର, ମେଦିନୀପୁର; ତୁଳ. ବଂ ଖାପରୀ) ବି. — ଯେଉଁ ହାଣ୍ଡିରେ ଉଖୁଡ଼ା ତିଆରି କରାଯାଏ ବା ମୁଢ଼ି ଭଜାଯାଏ — Earthen pot in which fried paddy is seasoned with molasses or rice is fried