ଖପିବା Khapibā

  • ଦେ. କ୍ରି—(ସଂ. କ୍ଷିପ୍ ଧାତୁ) — ରାଗ ହେବା; ରାଗାନ୍ନିତ ହେବା — To be angry; to be enraged
  • ଦେ. କ୍ରି—(ସଂ. କ୍ଷିପ୍ ଧାତୁ) — ବହୁ ବସ୍ତୁରେ ମିଶି ଲୁଚିଯିବା; ବାରି ନ ହେବା — To commingle so as not to be distinguished or marked
  • ଦେ. କ୍ରି—(ସଂ. କ୍ଷିପ୍ ଧାତୁ) — (ଯଥା—ଏତେ ବାଉଁଶ ଯୋଗାଡ଼ କରିଥିଲି, ମାତ୍ର ଦୁଇ ବଖରା ଘରରେ ସବୁତକ କୁଆଡ଼େ ଖପିଗଲା।)
  • ଦେ. କ୍ରି—(ସଂ. କ୍ଷିପ୍ ଧାତୁ) — ଲୁଚିବା; ଛପିଯିବା — To be concealed or hidden
  • ଦେ. କ୍ରି—(ସଂ. କ୍ଷିପ୍ ଧାତୁ) — ଖାପ ଖାଇବା — To fit in; to tally with
  • ଦେ. କ୍ରି—(ସଂ. କ୍ଷିପ୍ ଧାତୁ) — (ଯଥା—ଏ ଅଣକିଳି ଖଣ୍ଡ ଖପିକରି ଥିବାରୁ ଶଗଡ଼ ଖଣ୍ଡି ଅନେକ ଦିନ ଯାଏ ଭଲ ଗଡ଼ୁଥିଲା।)
  • ଦେ. କ୍ରି—(ସଂ. କ୍ଷିପ୍ ଧାତୁ) — ବ୍ଯୟିତ ହେବା — To be spent
  • ଦେ. କ୍ରି—(ସଂ. କ୍ଷିପ୍ ଧାତୁ) — (ଯଥା—ଆମ ସାଆନ୍ତାଣୀଙ୍କ କୋଠା କାମରେ ଟଙ୍କା ପାଞ୍ଚ ହଜାର ଖପିଗଲା।)
  • ପ୍ରାଦେ. (ସମ୍ବଲପୁର) କ୍ରି — ଝାଉଁଳି ପଡ଼ିବା — To wither (said of plants and trees)
  • ପ୍ରାଦେ. (ସମ୍ବଲପୁର) କ୍ରି — (ଧାନର ପାଚିବା ସମୟ) ଅତିରିକ୍ତ ହେବା; ବଳିଯିବା; ଗଡ଼ିଯିବା — To exceed the time of harvest (said of crops)
  • ପ୍ରାଦେ. (ସମ୍ବଲପୁର) କ୍ରି — [ଦ୍ର—ଏ କ୍ରିୟାର ଅସମାପିକା—ରୂପ ସଙ୍ଗେ ଯିବାକ୍ରିୟାଯୁକ୍ତ ହୁଏ; ଖପିଯିବା।]